ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ….

ନୂଆଦିଲ୍ଲୀ,୬।୮: ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ ଇଣ୍ଡିଆର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତନ ପରେ ଶୁଭମନ ଗିଲ ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବା ବିଷୟରେ ଆଲୋଚନା ତୀବ୍ର ହେଲା। ରୋହିତ ଶର୍ମା ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି-୨୦ରୁ ଅବସର ନେଇଥିଲେ, ଏହା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। ଏହା ସହ ଶୁବମନ ଗିଲ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଏବଂ ଟି -୨୦ […] The post ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ…. appeared first on Dharitri Odia News.

ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ….

ନୂଆଦିଲ୍ଲୀ,୬।୮: ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ ଇଣ୍ଡିଆର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତନ ପରେ ଶୁଭମନ ଗିଲ ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବା ବିଷୟରେ ଆଲୋଚନା ତୀବ୍ର ହେଲା। ରୋହିତ ଶର୍ମା ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି-୨୦ରୁ ଅବସର ନେଇଥିଲେ, ଏହା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। ଏହା ସହ ଶୁବମନ ଗିଲ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଏବଂ ଟି -୨୦ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ।

ଗିଲଙ୍କୁ ଉପ-ଅଧିନାୟକ କରାଯିବା ପରେ ଆଲୋଚନା ଜୋର ଧରିଥିଲା ଯେ, ରୋହିତ ଶର୍ମାଙ୍କ ପରେ ଗିଲ ଟିମ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହେବେ। ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଫିଲ୍ଡିଂ କୋଚ ଆର ଶ୍ରୀଧର ମଧ୍ୟ ଗିଲଙ୍କ ଅଧିନାୟକତ୍ୱ ବିଷୟରେ ମତ ଦେଇଛନ୍ତି।
ଆର ଶ୍ରୀଧର କହିଛନ୍ତି, ମୋ ପାଇଁ ଶୁବମନ ସମସ୍ତ ଫର୍ମାଟରେ ଜଣେ ଖେଳାଳି ଏବଂ ମୁଁ ଭାବୁଛି ସେ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଟ୍ରେନି ହେବେ। ମୁଁ ନିଶ୍ଚିତ ଯେ ଭାରତ ତାଙ୍କୁ ସମସ୍ତ ଫର୍ମାଟରେ ସୁଯୋଗ ଦେବ। ୨୦୨୭ ଦିନିକିଆ ବିଶ୍ୱକପରେ ସେ ଅଧିନାୟକ ଭାବରେ ନଜର ଆସିବେ।
ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ଜିମ୍ବାୱେ ଗସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ଯାଇଥିଲା। ଏହି ଗସ୍ତରେ ଶୁବମନ ଗିଲଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରାଯାଇଥିଲା। ଅଧିକାଂଶ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଥିଲା। ଏହା ପ୍ରଥମ ଥର ପାଇଁ ଗିଲ ଟିମ ଇଣ୍ଡିଆର କମାଣ୍ଡ ନେଇଥିଲେ।

The post ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ…. appeared first on Dharitri Odia News.