ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି: ସିସିଟିଭିରୁ ଜଣାପଡିଲା ସତ

ଛତ୍ରପୁର,୭।୧୧(ଦିଲ୍ଲୀପ ସାମଲ): ପ୍ରତିଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ବହୁ ବସ ରହିଥାଏ। ବୁଧବାର ରାତିରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ ରହିଥିଲା। କିନ୍ତୁ ସେହି ବସ୍‌କୁ କିଏ ଚୋରି କରି ନେଇଯାଇଥିବା ଜଣାପଡିଛି। ଏନେଇ ମାଲିକ ଏ. ଶ୍ରୀନିବାସ ଜାଣିବା ପରେ ବସ ସଂଘ ଓ ପୋଲିସ କୁ ଅବଗତ କରାଇଥିଲେ। ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭିରୁ ବସଟି ରାତ୍ର ୨. ୪୦ରୁ କେହି ଜଣେ ଚୋରି କରି ନେଉଥିବା ଜଣାପଡିଥିଲା। ଏପରିକି ବସ […] The post ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି: ସିସିଟିଭିରୁ ଜଣାପଡିଲା ସତ appeared first on Dharitri Odia News.

ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି: ସିସିଟିଭିରୁ ଜଣାପଡିଲା ସତ

ଛତ୍ରପୁର,୭।୧୧(ଦିଲ୍ଲୀପ ସାମଲ): ପ୍ରତିଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ବହୁ ବସ ରହିଥାଏ। ବୁଧବାର ରାତିରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ ରହିଥିଲା। କିନ୍ତୁ ସେହି ବସ୍‌କୁ କିଏ ଚୋରି କରି ନେଇଯାଇଥିବା ଜଣାପଡିଛି। ଏନେଇ ମାଲିକ ଏ. ଶ୍ରୀନିବାସ ଜାଣିବା ପରେ ବସ ସଂଘ ଓ ପୋଲିସ କୁ ଅବଗତ କରାଇଥିଲେ। ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭିରୁ ବସଟି ରାତ୍ର ୨. ୪୦ରୁ କେହି ଜଣେ ଚୋରି କରି ନେଉଥିବା ଜଣାପଡିଥିଲା। ଏପରିକି ବସ ଟି ବେଲଗୁଣ୍ଠା ରାସ୍ତା ଦେଇ ଯାଉଥିବା ସିସିଟିଭିରୁ ଜଣାପଡିଥିଲା। ବହୁ ଖୋଜିଥିଲେ ବି ଜଣାପଡିନଥିଲା, ପରେ ଗଞ୍ଜାମ ଥାନା ଅଧିନ ଅଗସ୍ତି ନୂଆଗାଁ ଟାଟା ମୋଟରରେ ବସ ଟି ରହିଥିବା ନେଇ ଅନ୍ୟ ଏକ ବସ ମାଲିକ ଖବର ଦେଇଥିଲେ।

ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ମାଲିକ ପହଞ୍ଚି ବସଟିକୁ ଉଦ୍ଧାର କରିଥିଲେ। କିନ୍ତୁ ଚୋର ଜଣକ ଗାଡିରୁ ସବୁ ତେଲ କାଡି ନେଇ ଯାଇଥିବା ବେଳେ ବସଟି ଷ୍ଟାଟ ମଧ୍ୟ ହେଉନାହିଁ। ତେବେ କିଏ ବସଟିକୁ ଭଞ୍ଜନଗର ରୁ ଚୋରି କରି ଏଠାକୁ ଆଣିଲା ତାହା ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ବସଟି ଦୈନିକ ଭଞ୍ଜନଗରରୁ କୁଲାଡ଼, ଗ୍ୟାଲେରୀ ଓ ବଦାଙ୍ଗୀ ଯାତାୟାତ କରିଥାଏ।

The post ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି: ସିସିଟିଭିରୁ ଜଣାପଡିଲା ସତ appeared first on Dharitri Odia News.