ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ…
ନୂଆଦିଲ୍ଲୀ,୧।୧: ଆସିଛି ନୂଆ ବର୍ଷ। ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ଆପଣଙ୍କର ଦୈନନ୍ଦିନ ଏବଂ ଆର୍ଥିକ ଜୀବନ ଉପରେ ପ୍ରଭାବ ପକାଇବ। ଏଠାରେ ଆମେ ପ୍ରାୟ ୧୦ ଟି ବଡ ପରିବର୍ତ୍ତନ ବିଷୟରେ କହୁଛୁ, ଯାହା ଆପଣଙ୍କ ଜାଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ। LPG ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ: ପ୍ରତ୍ୟେକ ମାସ ଆରମ୍ଭରେ ଏଲପିଜି ସିଲିଣ୍ଡର ମୂଲ୍ୟ ବଦଳିଥାଏ। ନୂଆ ବର୍ଷରେ ଏଲପିଜି ସିଲିଣ୍ଡରର […] The post ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ… appeared first on Dharitri Odia News.
ନୂଆଦିଲ୍ଲୀ,୧।୧: ଆସିଛି ନୂଆ ବର୍ଷ। ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ଆପଣଙ୍କର ଦୈନନ୍ଦିନ ଏବଂ ଆର୍ଥିକ ଜୀବନ ଉପରେ ପ୍ରଭାବ ପକାଇବ। ଏଠାରେ ଆମେ ପ୍ରାୟ ୧୦ ଟି ବଡ ପରିବର୍ତ୍ତନ ବିଷୟରେ କହୁଛୁ, ଯାହା ଆପଣଙ୍କ ଜାଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ।
LPG ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ:
ପ୍ରତ୍ୟେକ ମାସ ଆରମ୍ଭରେ ଏଲପିଜି ସିଲିଣ୍ଡର ମୂଲ୍ୟ ବଦଳିଥାଏ। ନୂଆ ବର୍ଷରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ ପାଇଛି।
କାର ମୂଲ୍ୟରେ ବୃଦ୍ଧି:
ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା ଏବଂ ବିଏମଡବ୍ଲୁ ଭଳି କମ୍ପାନୀ ସେମାନଙ୍କ କାରର ମୂଲ୍ୟ ୩% ବୃଦ୍ଧି କରିବାକୁ ଯାଉଛନ୍ତି। ଯଦି ଆପଣ ଏକ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଅଧିକ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରୁହନ୍ତୁ।
E-KYC ବାଧ୍ୟତାମୂଳକ:
ରସନ କାର୍ଡଧାରୀମାନଙ୍କ ପାଇଁ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଇ- KYC ପ୍ରକ୍ରିୟା ସଂପୂର୍ଣ୍ଣ କରିବା ଆବଶ୍ୟକ ଥିଲା। ନଚେତ ଜାନୁଆରୀ ୧ ରୁ ରାସନ କାର୍ଡ ବାତିଲ ହୋଇପାରେ।
ପେନ୍ସନ ପ୍ରତ୍ୟାହାର ନିୟମରେ ଉନ୍ନତି:
ପେନ୍ସନଭୋଗୀଙ୍କୁ ଆଶ୍ୱସ୍ତି ଦେଇ ଇପିଏଫଓ ଦେଶର ଯେକୌଣସି ବ୍ୟାଙ୍କରୁ ପେନ୍ସନ ବାହାର କରିବାକୁ ଅନୁମତି ଦେଇଛି। ବର୍ତ୍ତମାନ ଅତିରିକ୍ତ ଯାଞ୍ଚ ଆବଶ୍ୟକ ହେବ ନାହିଁ।
EPFO ପାଇଁ ଏଟିଏମ ସୁବିଧା:
EPFO ଅଧୀନରେ କର୍ମଚାରୀମାନଙ୍କୁ PF ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡର ସୁବିଧା ଦିଆଯିବ। ଏହା ଟଙ୍କା ଉଠାଣ ପ୍ରକ୍ରିୟାକୁ ସହଜ କରିବ।ଏହି ନିୟମ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ ।
UPI ସୀମା ବୃଦ୍ଧି ପାଇଲା:
ଫୋନ ବ୍ୟବହାରକାରୀମାନେ ବର୍ତ୍ତମାନ UPI ୧୨୩ ପେ ସେବା ଅଧୀନରେ ୧୦,୦୦୦ ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା୫,୦୦୦ ଥିଲା।
ଫିକ୍ସ ଡିପୋଜିଟ୍ ନିୟମ:
ଆରବିଆଇ NBFC ଏବଂ HFC ପାଇଁ ଫିକ୍ସ ଡିପୋଜିଟ୍ ନିୟମ ପରିବର୍ତ୍ତନ କରିଛି। ଡିପୋଜିଟ୍ଗୁଡିକର ସୁରକ୍ଷା ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି।
ଆମେରିକାର ଭିସା ନିୟମ:
ଭାରତରେ ଥିବା ଆମେରିକୀୟ ଦୂତାବାସ ବର୍ତ୍ତମାନ ଅଣ-ପ୍ରବାସୀ ଭାରତୀୟ ଭିସା ନିଯୁକ୍ତିକୁ କେବଳ ଥରେ ପୁନଃ ନିର୍ଦ୍ଧାରଣ କରିବାକୁ ଅନୁମତି ଦେବ। ଏହା ପରେ ପୁନଃ ନିର୍ଦ୍ଧାରଣ(ରି ସିଡ୍ୟୁଲିଂ) ପାଇଁ ଏକ ଦେୟ ଆଦାୟ ହେବ।
ସେନ୍ସେକ୍ସ ଡେରିଭେଟିଭ ପାଇଁ ନୂତନ ତାରିଖ:
ବିଏସ୍ଏଫ୍ ଘୋଷଣା କରିଛି ଯେ ସେନସେକ୍ସ ଏବଂ ବ୍ୟାଙ୍କକ୍ସ ସାପ୍ତାହିକ ଚୁକ୍ତିଗୁଡିକର ଅବଧିର ସମାପ୍ତି ବର୍ତ୍ତମାନ ଶୁକ୍ରବାର ପରିବର୍ତ୍ତେ ମଙ୍ଗଳବାର ହେବ।
ବ୍ୟାଙ୍କ ଛୁଟିଦିନ:
ଜାନୁଆରୀରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ପର୍ବର ଛୁଟି ସହିତ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ। ଏହି ପରିବର୍ତ୍ତନଗୁଡିକ ଆପଣଙ୍କର ଆର୍ଥିକ ଯୋଜନା ଉପରେ ପ୍ରଭାବ ପକାଇପାରେ, ତେଣୁ ସମୟ ଥାଇ ପ୍ରସ୍ତୁତ ରୁହନ୍ତୁ।
The post ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ… appeared first on Dharitri Odia News.