ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା ପାଣ୍ଡ (୫୪) । ପୋଲିସ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି। ଧକ୍କା ଲଗାଇଥିବା ବାଇକ ଚାଳକ ଜଣକ ଘଟଣା ପରେ ଫେରାର ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ସୁଷମା ଗତକାଲି ରାତିରେ ମୁଖ୍ୟ ରାସ୍ତା ଦେଇ ଘରକୁ ଯାଉଥିଲେ। ଏହି ସମୟରେ ଭଞ୍ଜନଗରରୁ […] The post ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ appeared first on Dharitri Odia News.
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା ପାଣ୍ଡ (୫୪) । ପୋଲିସ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି। ଧକ୍କା ଲଗାଇଥିବା ବାଇକ ଚାଳକ ଜଣକ ଘଟଣା ପରେ ଫେରାର ହୋଇଯାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ସୁଷମା ଗତକାଲି ରାତିରେ ମୁଖ୍ୟ ରାସ୍ତା ଦେଇ ଘରକୁ ଯାଉଥିଲେ। ଏହି ସମୟରେ ଭଞ୍ଜନଗରରୁ କୋଟିବିରାଡ଼ି ଅଭିମୁଖେ ଯାଉଥିବା ଜଣେ ବାଇକ ଚାଳକ ସୁଷମାଙ୍କୁ ଧକ୍କା ଲଗାଇଥିଲେ। ଫଳରେ ସୁଷମା ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ସଂପୃକ୍ତ ଅଞ୍ଚଳବାସୀ ସୁଷମାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଆଜି ପ୍ରତ୍ୟୁଷରେ ସୁଷମା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।
The post ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ appeared first on Dharitri Odia News.