ନିଜ ଅପହରଣର ନାଟକ ରଚିଥିଲେ ନିଜେ, ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ୍ ପୋଲିସ

ଭୁବନେଶ୍ବର ୨୧।୬: ରାଜଧାନୀରୁ ମହିଳାଙ୍କୁ ଅପରହଣ ମାମଲାରେ ଟ୍ବିଷ୍ଟ । ଭାଇ ପାଖରୁ ଟଙ୍କା ନେବାକୁ ଅପହରଣ ନାଟକ ରଚିଥିଲେ ସଂପୃକ୍ତ ମହିଳା । ଇନଷ୍ଟାଗ୍ରାମର ପ୍ରେମିକ ସହ ମିଶି ଅପହରଣ ନାଟକର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ମହିଳାଙ୍କ ସହ ନାଟକ ରଚିଥିଲେ ରାଜସ୍ଥାନର ୨ ଅଭିଯୁକ୍ତ । ମହିଳାଙ୍କୁ ଫେରାଇବାକୁ ୧ କୋଟି ଟଙ୍କା ଦାବି କରିଥିଲେ । ଭଉଣୀକୁ ଫେରାଇ ଆଣିବାକୁ ୧୨ ଲକ୍ଷ ଦେଇଥିଲେ ଭାଇ । ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୩ ଜଣଙ୍କୁ ଧରିବା ସହ ଟଙ୍କା ଜବତ କରିଛି ପୋଲିସ । ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।ଅପହରଣକାରୀଙ୍କ ସହିତ ମହିଳାଙ୍କୁ ନୟାଗଡ ଜିଲ୍ଲାରୁ ଉଦ୍ଧାର କରିଛି ପୋଲିସ । ଅପହରଣରେ ବ୍ୟବହୃତ ଏକ କାର୍‌କୁ ମଧ୍ଯ ଜବତ କରାଯାଇଛି । ପ୍ରେମ ଘଟଣାକୁ ନେଇ ଏହି ଅପହରଣ ନାଟକ ରଚିଥିଲେ ନିଜେ ମହିଳା । ବାପାଙ୍କ ପାଖକୁ ଫୋନ୍ କରି ଏକ କୋଟି ଟଙ୍କା ଦାବି କରିଥିଲେ ।   ମହିଳାଙ୍କ ବାପା ୧୨ ଲକ୍ଷ ଟଙ୍କା ଅପହରଣକାରୀଙ୍କୁ ଦେଇସାରିଥିଲେ । You Can Read :ମହିଳାଙ୍କ ବେକ କାଟି ଦୁର୍ବୃତ୍ତ ଫେରାର, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନିଜ ଅପହରଣର ନାଟକ ରଚିଥିଲେ ନିଜେ, ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ୍ ପୋଲିସ

ଭୁବନେଶ୍ବର ୨୧।୬: ରାଜଧାନୀରୁ ମହିଳାଙ୍କୁ ଅପରହଣ ମାମଲାରେ ଟ୍ବିଷ୍ଟ । ଭାଇ ପାଖରୁ ଟଙ୍କା ନେବାକୁ ଅପହରଣ ନାଟକ ରଚିଥିଲେ ସଂପୃକ୍ତ ମହିଳା । ଇନଷ୍ଟାଗ୍ରାମର ପ୍ରେମିକ ସହ ମିଶି ଅପହରଣ ନାଟକର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ମହିଳାଙ୍କ ସହ ନାଟକ ରଚିଥିଲେ ରାଜସ୍ଥାନର ୨ ଅଭିଯୁକ୍ତ । ମହିଳାଙ୍କୁ ଫେରାଇବାକୁ ୧ କୋଟି ଟଙ୍କା ଦାବି କରିଥିଲେ । ଭଉଣୀକୁ ଫେରାଇ ଆଣିବାକୁ ୧୨ ଲକ୍ଷ ଦେଇଥିଲେ ଭାଇ । ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୩ ଜଣଙ୍କୁ ଧରିବା ସହ ଟଙ୍କା ଜବତ କରିଛି ପୋଲିସ । 

ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଅପହରଣକାରୀଙ୍କ ସହିତ ମହିଳାଙ୍କୁ ନୟାଗଡ ଜିଲ୍ଲାରୁ ଉଦ୍ଧାର କରିଛି ପୋଲିସ । ଅପହରଣରେ ବ୍ୟବହୃତ ଏକ କାର୍‌କୁ ମଧ୍ଯ ଜବତ କରାଯାଇଛି । ପ୍ରେମ ଘଟଣାକୁ ନେଇ ଏହି ଅପହରଣ ନାଟକ ରଚିଥିଲେ ନିଜେ ମହିଳା । ବାପାଙ୍କ ପାଖକୁ ଫୋନ୍ କରି ଏକ କୋଟି ଟଙ୍କା ଦାବି କରିଥିଲେ ।   ମହିଳାଙ୍କ ବାପା ୧୨ ଲକ୍ଷ ଟଙ୍କା ଅପହରଣକାରୀଙ୍କୁ ଦେଇସାରିଥିଲେ । 

You Can Read :

ମହିଳାଙ୍କ ବେକ କାଟି ଦୁର୍ବୃତ୍ତ ଫେରାର, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ