ଟ୍ରିପଲ ମର୍ଡର ଘଟଣାରେ ୧୩ ଅଟକ: ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍ପି
ଧରାକୋଟ,୧୯।୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ହଣାକଟାରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା। ତିନୋଟି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠା ଯାଇଛି। ଆଜି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର,ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ ଦେ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ ଜେନା,ବଡଗଡ ଥାନା ଅଧିକାରୀ ସନ୍ତୋଷ ବେହେରା, ପାଟପୁର ଥାନା ଅଧିକାରୀ […] The post ଟ୍ରିପଲ ମର୍ଡର ଘଟଣାରେ ୧୩ ଅଟକ: ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍ପି appeared first on Dharitri Odia News.
ଧରାକୋଟ,୧୯।୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ହଣାକଟାରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା। ତିନୋଟି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠା ଯାଇଛି। ଆଜି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର,ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ ଦେ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ ଜେନା,ବଡଗଡ ଥାନା ଅଧିକାରୀ ସନ୍ତୋଷ ବେହେରା, ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଗତକାଲିର ଗଣ୍ଡଗୋଳ ଘଟଣାରେ ଉଭୟ ପକ୍ଷ ଦାରା ବ୍ୟବହୃତ ରକ୍ତ ଭିଜା ଖୁଣ୍ଟ, ଶିଳପଥର,ପାଞ୍ଚ ହଳ ଚପଲ, କଟୁରି ଜବତ କରି ପରୀକ୍ଷା ପାଇଁ ପଠାଇଛି । ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ପ୍ରତିକ୍ରିୟାରେ ୧୩ ଜଣ ଅଟକ ଅଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ପୀଡ଼ିତ ପରିବାରକୁ ସୁରକ୍ଷା ଦିଆଯିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ରହିଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି। ସଂପ୍ରତି ଗାଁରେ ଜନଶୂନ୍ୟ ହୋଇପଡ଼ିଥିବା ବେଳେ ବର୍ତମାନ ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
The post ଟ୍ରିପଲ ମର୍ଡର ଘଟଣାରେ ୧୩ ଅଟକ: ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍ପି appeared first on Dharitri Odia News.