ଆସିଲା ବଡ଼ ଖବର: ଅନନ୍ତ-ରାଧିକାଙ୍କ ବିବାହ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି!
ମୁମ୍ବାଇ,୧୧।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଶୁକ୍ରବାର ବିବାହ କରିବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଯୋଗ ଦେବାକୁ ବଡ଼ ବଡ଼ ଶିଳ୍ପପତି, ରାଜନେତା ଏବଂ ଅଭିନେତା ମୁମ୍ବାଇରେ ପହଞ୍ଚିଛନ୍ତି। ତେବେ ଅମ୍ବାନୀ ପରିବାର ବିବାହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ପାରନ୍ତି ବୋଲି ସୂଚନା ମିଳିଛି। ମୋଦିଙ୍କ ସମ୍ଭାବ୍ୟ ଗସ୍ତ ଯୋଗୁଁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଟ୍ରାଇଡେଣ୍ଟ ହୋଟେଲ […] The post ଆସିଲା ବଡ଼ ଖବର: ଅନନ୍ତ-ରାଧିକାଙ୍କ ବିବାହ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି! appeared first on Dharitri Odia News.
ମୁମ୍ବାଇ,୧୧।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଶୁକ୍ରବାର ବିବାହ କରିବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଯୋଗ ଦେବାକୁ ବଡ଼ ବଡ଼ ଶିଳ୍ପପତି, ରାଜନେତା ଏବଂ ଅଭିନେତା ମୁମ୍ବାଇରେ ପହଞ୍ଚିଛନ୍ତି। ତେବେ ଅମ୍ବାନୀ ପରିବାର ବିବାହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ପାରନ୍ତି ବୋଲି ସୂଚନା ମିଳିଛି।
ମୋଦିଙ୍କ ସମ୍ଭାବ୍ୟ ଗସ୍ତ ଯୋଗୁଁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଟ୍ରାଇଡେଣ୍ଟ ହୋଟେଲ ଚାରିପାଖରେ ଥିବା ଅଟ୍ଟାଳିକାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଉଛି।
ମୋଦି ଜୁଲାଇ ୧୩ରେ ମୁମ୍ବାଇ ଗସ୍ତ କରିବାକୁ ଯାଉଛନ୍ତି। ଶନିବାର, ପିଏମ ମୋଦି ମୁମ୍ବାଇ ଗସ୍ତ କରି ବୋରିଭାଲୀ-ଥାନେ ଲିଙ୍କ ରୋଡ ଏବଂ ଗୋରେଗାଓଁ-ମୁଲୁଣ୍ଡ ଲିଙ୍କ ରୋଡର ଭୂମି ପୂଜନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଭତ୍ତି ପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଡା ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୁମ୍ବାଇରେ ବିଭିନ୍ନ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ପ୍ରଧାନମନ୍ତ୍ରୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି।
The post ଆସିଲା ବଡ଼ ଖବର: ଅନନ୍ତ-ରାଧିକାଙ୍କ ବିବାହ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି! appeared first on Dharitri Odia News.