୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ
ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪ କୋଟି ଟଙ୍କାରୁ ଊଦ୍ଧର୍ବ ମୂଲ୍ୟର ବେଆଇନ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ। ଘଟଣାସ୍ଥଳରୁ ୪୦ କ୍ବିଣ୍ଟାଲ ୬୫୦ ଗ୍ରାମ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ କାହାକୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି […] The post ୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ appeared first on Dharitri Odia News.
ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪ କୋଟି ଟଙ୍କାରୁ ଊଦ୍ଧର୍ବ ମୂଲ୍ୟର ବେଆଇନ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ। ଘଟଣାସ୍ଥଳରୁ ୪୦ କ୍ବିଣ୍ଟାଲ ୬୫୦ ଗ୍ରାମ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ କାହାକୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଏଭଳି ସ୍ଥିତିରେ ଚୋରା ଚାଲାଣ ପାଇଁ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ମାଫିଆମାନେ ଗଚ୍ଛିତ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଘଟଣାକୁ ନେଇ ବାଲିଗୁଡ଼ା ଥାନା କେସ୍ ନଂ ୧୦୩/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବିଷୟ ବାଲିଗୁଡ଼ା ଏସ୍ଡିପିଓ ରାହୁଲ ଗୋଏଲ ସୂଚନା ଦେଇଛନ୍ତି l
The post ୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ appeared first on Dharitri Odia News.