ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଭଗବାନପୁର ଗ୍ରାମର ନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ କାମସାରି ମଧ୍ୟାହ୍ନରେ ବ୍ଲକ କାର୍ଯ୍ୟାଳୟକୁ ବାଇକ୍‌ ଯୋଗେ ଆସୁଥିଲେ। ପଚଣ୍ଡ ଖରା ଯୋଗୁ ସେ ଅଂଶୁଘାତର ଶିକାର ହୋଇ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ହେଲିମେଟ୍‌ ପିନ୍ଧିଥିବାରୁ ସେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା […] The post ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର appeared first on Dharitri Odia News.

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଭଗବାନପୁର ଗ୍ରାମର ନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ କାମସାରି ମଧ୍ୟାହ୍ନରେ ବ୍ଲକ କାର୍ଯ୍ୟାଳୟକୁ ବାଇକ୍‌ ଯୋଗେ ଆସୁଥିଲେ। ପଚଣ୍ଡ ଖରା ଯୋଗୁ ସେ ଅଂଶୁଘାତର ଶିକାର ହୋଇ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ହେଲିମେଟ୍‌ ପିନ୍ଧିଥିବାରୁ ସେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖବରପାଇ ବ୍ଲକ ଜିପିଇଓ ଉମେଶ ସେଠୀ, ଯୋଗାଣ ଅଧିକାରୀ ବ୍ରଜେଶ୍ବର ରାୟ ଏବଂ ପିଇଓ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମେଡିକାଲରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଚିକିତ୍ସା ପରେ ତାଙ୍କୁ ବାସଭବନକୁ ଅଣାଯାଇଥିବା ଜଣାପଡ଼ିଛି।

ମଙ୍ଗଳବାର ମଧ୍ୟାହ୍ନରେ ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳର ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରହିଥିଲା। ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ରହିଥିବା ବେଳେ ସକାଳୁଆ କୋର୍ଟ ଏବଂ ଅଫିସକୁ ଆସିଥିବା କର୍ମଚାରୀ ଏବଂ ସାଧାରଣ ଲୋକେ କାମସାରି ଘରକୁ ଫେରିବା ସମୟରେ ଅସହ୍ୟ ତାତି ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

The post ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର appeared first on Dharitri Odia News.