ଫୁଲ ତୋଳିବାକୁ ଯାଇ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୮ା୨(ସନ୍ତୋଷ କୁମାର ରାଉତ): ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଏହି ଓ୍ବାର୍ଡର ଦଶରାପଦା ସାହିର କେ.ଏନ. ପାପାରାଓଙ୍କ ପୁଅ ମୂର୍ତ୍ତି ରାଓ(୪୦)। ପରିବାର ଲୋକଙ୍କ କହିବା ଅନୁଯାୟୀ, ମୂର୍ତ୍ତି ଶୁକ୍ରବାର ଫୁଲ ତୋଳିବାକୁ ଆସି ଆଉ ଫେରି ନ ଥିଲେ। ମୂର୍ତ୍ତି ଅଧିକାଂଶ ସମୟରେ ବାହାରେ ରହୁଥିବାରୁ ପରିବାର ପକ୍ଷରୁ ତାଙ୍କୁ କୌଣସି ଖୋଜାଖୋଜି ଆଉ କରାଯାଇ ନ ଥିଲା। ରବିବାର ପିଲାମାନେ ଖେଳିବା […] The post ଫୁଲ ତୋଳିବାକୁ ଯାଇ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ appeared first on Dharitri Odia News.

ଫୁଲ ତୋଳିବାକୁ ଯାଇ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୮ା୨(ସନ୍ତୋଷ କୁମାର ରାଉତ): ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଏହି ଓ୍ବାର୍ଡର ଦଶରାପଦା ସାହିର କେ.ଏନ. ପାପାରାଓଙ୍କ ପୁଅ ମୂର୍ତ୍ତି ରାଓ(୪୦)। ପରିବାର ଲୋକଙ୍କ କହିବା ଅନୁଯାୟୀ, ମୂର୍ତ୍ତି ଶୁକ୍ରବାର ଫୁଲ ତୋଳିବାକୁ ଆସି ଆଉ ଫେରି ନ ଥିଲେ। ମୂର୍ତ୍ତି ଅଧିକାଂଶ ସମୟରେ ବାହାରେ ରହୁଥିବାରୁ ପରିବାର ପକ୍ଷରୁ ତାଙ୍କୁ କୌଣସି ଖୋଜାଖୋଜି ଆଉ କରାଯାଇ ନ ଥିଲା। ରବିବାର ପିଲାମାନେ ଖେଳିବା ସମୟରେ ବଲ୍‌ଟି ଡ୍ରେନ୍‌ରେ ପଡ଼ିଯାଇଥିଲା। ପିଲାମାନେ ବଲ୍‌ ଖୋଜିବାକୁ ଆସି ଜଣେ ଯୁବକ ଡ୍ରେନରେ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ମୂର୍ତ୍ତିଙ୍କୁ ଚିହ୍ନଟ କରିଥିଲେ। ପରେ ଆନନ୍ଦପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଆନନ୍ଦପୁର ଆମ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପୌରପରିଷଦ ପକ୍ଷରୁ ୭ ନଂ ଓ୍ବାର୍ଡ଼ ଦଶରାପଦା ସାହି ଦେଇ ଯାଇଥିବା ମୁଖ୍ୟ ଡ୍ରେନକୁ ଆଦୌ ସଫା ନ କରିବା ଏବଂ ଡ୍ରେନ୍‌ ମୁକୁଳା ରହିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କାଉନସିଲର କୃଷ୍ଣଚନ୍ଦ୍ର ରଣା ଅଭିଯୋଗ କରିଛନ୍ତି।

The post ଫୁଲ ତୋଳିବାକୁ ଯାଇ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ appeared first on Dharitri Odia News.