ଶୋଇଥିବାବେଳେ ଜଣଙ୍କୁ ଦଳିଦେଲା ହାତୀ, ଜଣେ ଗୁରୁତର

ପାଟଣା,୧୨ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ ଡୁମୁରିଆ ପଞ୍ଚାୟତ ପିଛୁଳାବେଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ତମ୍ବୁ ଭିତରେ ଶୋଇଥିବା ବେଳେ ଏକ ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ଧର୍ମ ଶାଳା ଥାନା ସଁପାରୁ ଗାଁର ବିରଞ୍ଚି ଜେନା,(୪୦)ଓ ଗୁରୁତର ଜଣକ ହେଉଛନ୍ତି ଯାଜପୁର ଜିଲା ବଡ଼ଚଣା କମ୍ପାଲୁ ମଙ୍ଗରାଜପୁର […] The post ଶୋଇଥିବାବେଳେ ଜଣଙ୍କୁ ଦଳିଦେଲା ହାତୀ, ଜଣେ ଗୁରୁତର appeared first on Dharitri Odia News.

ଶୋଇଥିବାବେଳେ ଜଣଙ୍କୁ ଦଳିଦେଲା ହାତୀ, ଜଣେ ଗୁରୁତର

ପାଟଣା,୧୨ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ ଡୁମୁରିଆ ପଞ୍ଚାୟତ ପିଛୁଳାବେଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ତମ୍ବୁ ଭିତରେ ଶୋଇଥିବା ବେଳେ ଏକ ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ଧର୍ମ ଶାଳା ଥାନା ସଁପାରୁ ଗାଁର ବିରଞ୍ଚି ଜେନା,(୪୦)ଓ ଗୁରୁତର ଜଣକ ହେଉଛନ୍ତି ଯାଜପୁର ଜିଲା ବଡ଼ଚଣା କମ୍ପାଲୁ ମଙ୍ଗରାଜପୁର ଗ୍ରାମର ଯୋଗେନ୍ଦ୍ର ବାହାଲିଆ (୬୦)।

ସୂଚନାନୁଯାୟୀ, ପିଛୁଳା ବେଡ଼ା ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ମାଟି ଟେଷ୍ଟ କରିବା ପାଇଁ ନିୟୋଜିତ ଥିବା ଶ୍ରମିକ ଓ ମିସ୍ତ୍ରୀ ଏକ ତମ୍ବୁ ପକାଇ ଶୋଇଥିବାବେଳେ ଦନ୍ତା ଅତର୍କିତ ଭାବେ ତମ୍ବୁ ଉପରେ କୁଦିଥିଲା। ୨ଜଣ ବ୍ୟକ୍ତି ଦୌଡ଼ି ପଳାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ।

The post ଶୋଇଥିବାବେଳେ ଜଣଙ୍କୁ ଦଳିଦେଲା ହାତୀ, ଜଣେ ଗୁରୁତର appeared first on Dharitri Odia News.