ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଟାର୍ଗେଟ୍
ଅହମ୍ମଦାବାଦ,୨୪।୩: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ର ପଞ୍ଚମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଟାର୍ଗେଟ୍ ରହିଛି ଗୁଜୁରାଟ। ଗୁଜୁରାଟର ଦୁଇ ଓପରନ୍ ରିଦ୍ଧିମାନ ସାହା ଏବଂ […] The post ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଟାର୍ଗେଟ୍ appeared first on Dharitri Odia News.
ଅହମ୍ମଦାବାଦ,୨୪।୩: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ର ପଞ୍ଚମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଟାର୍ଗେଟ୍ ରହିଛି ଗୁଜୁରାଟ।
ଗୁଜୁରାଟର ଦୁଇ ଓପରନ୍ ରିଦ୍ଧିମାନ ସାହା ଏବଂ ଅଧନାୟକ ଶୁବମାନ ଗିଲ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ଦୁହେଁ ପ୍ରାରମ୍ଭିକ ଭଲ ଷ୍ଟାଟ୍ ଦେଇଥିଲେ। ରିଦ୍ଧିମାନ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଗିଲ୍ ୩୧ ରନ୍ କରିବାରେ ସକ୍ଷମ ହୋଇଥିଲେ। ସାଇ ସୁଦର୍ଶନ ଧୈର୍ଯ୍ୟର ସହ ଖେଳି ୩୯ ବ୍ଲରେ ୪୫ ରନ୍ କରିଥିଲେ। ଆଜମତୁଲ୍ଲା ଓମାରଜାଇ ୧୭ ରନ୍ କରିଥିବା ବେଳେ ଡେଭିଡ୍ ମିଲର ୧୨ ରନ୍ କରିଥିଲେ। ସେହିପରି ରାହୁଲ ତେୱାଟିଆ ୨୨ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଏପରି କି ବିଜୟ ଶଙ୍କର ୬ ରନ୍ କରି ନଟ୍ ଆଉଟ୍ ରହିଥିବା ବେଳେ ରସିଦ ଖାନ୍ ୪ ରନ୍ କରି ଅପରାଜିତ ରହିଥିଲେ। ଫଳରେ ଗୁଜୁରାଟ ୧୬୮ ରନ୍ କରିବାରେ ସକ୍ଷମ ହୋଇଥିଲା।
The post ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଟାର୍ଗେଟ୍ appeared first on Dharitri Odia News.