ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ। ତିନି ରାଜନୈତିକ ଦଳଙ୍କ ପ୍ରାର୍ଥୀ ତାଲିକାରେ ଏପରି ପ୍ରସ୍ତୁତ କରୁଛନ୍ତି ଯେପରି ଯୁବ ଭୋଟର ଆକର୍ଷିତ ହେବେ । ରାଜ୍ୟରେ ୩.୩୨ କୋଟି ହେଉଛନ୍ତି ଭୋଟର । ୭ ଲକ୍ଷ ୫୪ ହଜାର ରହିଛନ୍ତି ନବାଗତ ଭୋଟର । ତିନି ଦଳରେ ପ୍ରମୁଖ ନେତାଙ୍କ ସ୍ଥାନରେ ଯୁବପ୍ରାର୍ଥୀ ଦେଇ ତିନି […] The post ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ appeared first on Dharitri Odia News.

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ। ତିନି ରାଜନୈତିକ ଦଳଙ୍କ ପ୍ରାର୍ଥୀ ତାଲିକାରେ ଏପରି ପ୍ରସ୍ତୁତ କରୁଛନ୍ତି ଯେପରି ଯୁବ ଭୋଟର ଆକର୍ଷିତ ହେବେ । ରାଜ୍ୟରେ ୩.୩୨ କୋଟି ହେଉଛନ୍ତି ଭୋଟର । ୭ ଲକ୍ଷ ୫୪ ହଜାର ରହିଛନ୍ତି ନବାଗତ ଭୋଟର । ତିନି ଦଳରେ ପ୍ରମୁଖ ନେତାଙ୍କ ସ୍ଥାନରେ ଯୁବପ୍ରାର୍ଥୀ ଦେଇ ତିନି ଦଳ ଚମକାଇ ଦେଇଛନ୍ତି ।

ସାଗର ଦାସ ( ଭବାନୀପାଟଣା ବିଧାନସଭା), ୟାସିର ନୱାଜ (ଭୁବନେଶ୍ୱର ଲୋକ ସଭା), ସିଦ୍ଧାର୍ଥ ସ୍ବରୂପ ଦାସ (କେନ୍ଦ୍ରାପଡା ଲୋକ ସଭା), ଦେବସ୍ମିତା ଶର୍ମା (ଆଳି ବିଧାନସଭା), ଲିପିକା ମାଝି (ଡାବୁଗାଁ ବିଧାନସଭା) । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏ ହେଉଛନ୍ତି କଂଗ୍ରେସର ଯୁବ ବ୍ରିଗେଡ । ଯେଉଁମାନଙ୍କୁ ଆଗକୁ ଆଣି କଂଗ୍ରେସ ଯୁବ ଭୋଟରଙ୍କୁ ନିଜ ଭୋଟ ବ୍ୟାଙ୍କରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଦଳରେ ଅନେକ ନେତା ଦଳ ଡିଆଁ ପର୍ବରେ ସାମିଲ ହେବା ପରେ ଟିକେଟ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୁବ ଚେହେରାଙ୍କ ଉପରେ ଭରସା କରିଛି କଂଗ୍ରେସ ।

ସେହିପରି ସୂରଜ ସୂର୍ଯ୍ୟବଂଶୀ (ଧାମନଗର ବିଧାନସଭା), ଅଭିନନ୍ଦନ ପଣ୍ଡା (ନୂଆପଡା ବିଧାନସଭା), ଟଙ୍କଧର ତ୍ରିପାଠୀ (ଝାରସୁଗୁଡା ବିଧାନସଭା), ମାନସ ଦତ୍ତ (ବାଲେଶ୍ୱର ସଦର ବିଧାନସଭା), ଇରାଶିଷ ଆଚାର୍ଯ୍ୟ (ଭଟଲି ବିଧାନସଭା) ହୋଇଛନ୍ତି ଭାଜପାର ଏମପି ପ୍ରାର୍ଥୀ । ଦଳରେ ଅନେକ ନେତା ଥିଲେ ମଧ୍ୟ ଭାଜପା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ବିଜେଡି ମଧ୍ୟ ଦୀପାଳି ଦାସ (ଝାରସୁଗୁଡା ବିଧାନସଭା), ବର୍ଷା ସିଂହ ବରିହା (ପଦ୍ମପୁର ବିଧାନସଭା), ରୁଦ୍ର ମହାରଥୀ (ପିପିଲି ବିଧାନସଭା), ଅଙ୍କିତ ଜେନା (ମାହାଙ୍ଗା ବିଧାନସଭା), ସୁଲକ୍ଷଣା ଦେବୀ (ସାନଖେମୁଣ୍ଡି ବିଧାନସଭା), ରଞ୍ଜିତା ସାହୁ (ଆସ୍କା ଲୋକସଭା) ଭଳି ନେତାଙ୍କୁ ପ୍ରାର୍ଥୀ କରିଛି ଦଳ । ଯୁବ ଓ ମହିଳାଙ୍କ ସବୁବେଳେ ଗୁରୁତ୍ୱ ଦେଉଥିବା ଶାସକ ଦଳ ବିଜେଡି ଅନେକ ସ୍ଥାନରେ ପୁରୁଖା ନେତାଙ୍କ ସ୍ଥାନରେ ଯୁବ ଚେହେରାଙ୍କୁ ଆଗକୁ ଆଣି ଚମକାଇ ଦେଇଛି । ବଡ କଥା ହେଉଛି ବିଜୁ ଜନତା ଦଳ ୨୧ ଲୋକ ସଭା ଏବଂ ୧୨୬ ବିଧାନସଭା ଆସନ ମଧ୍ୟରୁ ୨୧ ଜଣଙ୍କ ବୟସ ୪୦ ବର୍ଷରୁ କମ ରହିଛି ।

The post ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ appeared first on Dharitri Odia News.