ଲମତାପୁଟରେ ବାଦଲ ଫଟା ବର୍ଷା
ଲମତାପୁଟ/କୋରାପୁଟ,୨୪ା୫(ଭକ୍ତରାମ ବାଙ୍କିଆ/ଅମିତାଭ ବେହେରା)- କୋରାପୁଟ ଜିଲା ଲମତାପୁଟ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ ୧ଘଣ୍ଟା ଧରି ବାଦଲ ଫଟା ବର୍ଷା ହୋଇଛି। ଜୟପୁରରୁ ଲମତାପୁଟ ଦେଇ ବିଶାଖାପାଟଣା ଯାଇଥିବା ମୁଖ୍ୟ ରାସ୍ତାରେ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଲମତାପୁଟ ସଦର ମହୋକୁମାରେ ଶନିବାର ସାପ୍ତାହିକ ହାଟ ଥିବାରୁ ବର୍ଷା ଯୋଗୁ ସାମଗ୍ରୀ ପାଣି ସୁଅରେ ଭାସିଯାଇଛି। କେହି କିଛି ବୁଝିବା ଆଗରୁ ପାଣି ସୁଅରେ ହାଟରୁ ପନିପରିବା ଓ ଅନ୍ୟ ସାମଗ୍ରୀ ଭାସିଯାଇଥିଲା। ଲୋକେ ଅଟକାଇବାକୁ […] The post ଲମତାପୁଟରେ ବାଦଲ ଫଟା ବର୍ଷା appeared first on Dharitri Odia News.
ଲମତାପୁଟ/କୋରାପୁଟ,୨୪ା୫(ଭକ୍ତରାମ ବାଙ୍କିଆ/ଅମିତାଭ ବେହେରା)- କୋରାପୁଟ ଜିଲା ଲମତାପୁଟ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ ୧ଘଣ୍ଟା ଧରି ବାଦଲ ଫଟା ବର୍ଷା ହୋଇଛି। ଜୟପୁରରୁ ଲମତାପୁଟ ଦେଇ ବିଶାଖାପାଟଣା ଯାଇଥିବା ମୁଖ୍ୟ ରାସ୍ତାରେ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା।
ଲମତାପୁଟ ସଦର ମହୋକୁମାରେ ଶନିବାର ସାପ୍ତାହିକ ହାଟ ଥିବାରୁ ବର୍ଷା ଯୋଗୁ ସାମଗ୍ରୀ ପାଣି ସୁଅରେ ଭାସିଯାଇଛି। କେହି କିଛି ବୁଝିବା ଆଗରୁ ପାଣି ସୁଅରେ ହାଟରୁ ପନିପରିବା ଓ ଅନ୍ୟ ସାମଗ୍ରୀ ଭାସିଯାଇଥିଲା। ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ବ୍ୟବସାୟୀଙ୍କ ବହୁ କ୍ଷତକ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ବର୍ଷା ସତ୍ତ୍ୱେ ଲୋକେ ରାସ୍ତାରେ ଯାତ୍ରାୟାତ କରୁଥିଲେ। ରାସ୍ତା କଡ଼ରୁ ସ୍କୁଟି, ବାଇକ୍ ଆଦି ଭାସିଯାଇଥିଲା। ସନ୍ଧ୍ୟାରେ ବର୍ଷା କମିବା ପରେ ବାଇକଗୁଡିକ ଉଦ୍ଧାର କରାଯାଇଥିଲା। ଲମତାପୁଟ ସଦର ମୁଖ୍ୟ ବଜାରରେ ରାସ୍ତାର ୨ ପାର୍ଶ୍ୱରେ ଡ୍ରେନ୍ ତିଆରି କରାଯାଇଛି। କିନ୍ତୁ ଡ୍ରେନ୍ ବଦଳରେ ରାସ୍ତା ଉପରେ ପାଣି ଯାଉଥିଲା। ରାସ୍ତାରୁ ଡ୍ରେନ୍ ଉଚ୍ଚରେ ଥିବାରୁ ଏଥିରେ ଆବର୍ଜନା ଜମି ରହିଥିଲା। ପବନ, ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହା ଚଳିତବର୍ଷର ସବୁଠାରୁ ବଡ଼ ବର୍ଷା ବୋଲି ଅଞ୍ଚଳବାସୀ କହିଛନ୍ତି।
The post ଲମତାପୁଟରେ ବାଦଲ ଫଟା ବର୍ଷା appeared first on Dharitri Odia News.