‘ସମଗ୍ର ବିଶ୍ୱ ଭାରତକୁ ଆତ୍ମବିଶ୍ୱାସର ସହ ଦେଖୁଛି’
ନୂଆଦିଲ୍ଲୀ,୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ୨୦୨୪ ନିର୍ବାଚନ କେବଳ ସରକାର ଗଠନ ନୁହେଁ ବରଂ ଏହା ଏକ ବିକଶିତ ଭାରତ ଗଠନ କରିବାର ସମୟ। ସେ କହିଛନ୍ତି, ୨୦୨୪ର ଆଦେଶ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଯୋଗାଇବ। ମିରୁଟରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠାକାର ମାଟି ଚୌଧୁରୀ ଚରଣ ସିଂ ଜୀ ଭଳି ମହାନ ପୁତ୍ରମାନଙ୍କୁ ଦେଇଛି। ଆମ ସରକାର ତାଙ୍କୁ ‘ଭାରତରତ୍ନ’ ପୁରସ୍କାର ପ୍ରଦାନ କରିବାର […] The post ‘ସମଗ୍ର ବିଶ୍ୱ ଭାରତକୁ ଆତ୍ମବିଶ୍ୱାସର ସହ ଦେଖୁଛି’ appeared first on Dharitri Odia News.
ନୂଆଦିଲ୍ଲୀ,୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ୨୦୨୪ ନିର୍ବାଚନ କେବଳ ସରକାର ଗଠନ ନୁହେଁ ବରଂ ଏହା ଏକ ବିକଶିତ ଭାରତ ଗଠନ କରିବାର ସମୟ। ସେ କହିଛନ୍ତି, ୨୦୨୪ର ଆଦେଶ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଯୋଗାଇବ। ମିରୁଟରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠାକାର ମାଟି ଚୌଧୁରୀ ଚରଣ ସିଂ ଜୀ ଭଳି ମହାନ ପୁତ୍ରମାନଙ୍କୁ ଦେଇଛି। ଆମ ସରକାର ତାଙ୍କୁ ‘ଭାରତରତ୍ନ’ ପୁରସ୍କାର ପ୍ରଦାନ କରିବାର ସୌଭାଗ୍ୟ ପାଇଛନ୍ତି। ମୁଁ ଚୌଧୁରୀ ଚରଣ ସିଂ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଏହି ରାଲିରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମିରୁଟ୍ ବ୍ୟତୀତ ବାଘ୍ପାଟ୍, ବିଜନୋର, ମୁଜାଫରନଗର ଏବଂ କୈରାନା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ସମାବେଶରେ ଭାଗ ନେଇଥିଲେ।
The post ‘ସମଗ୍ର ବିଶ୍ୱ ଭାରତକୁ ଆତ୍ମବିଶ୍ୱାସର ସହ ଦେଖୁଛି’ appeared first on Dharitri Odia News.