ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ…

ନୂଆଦିଲ୍ଲୀ,୨୨।୫: ଭାଜପା ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ୁଥିବା ଏନ୍‌ଡିଏ ମେଣ୍ଟର ନେତା ଲଗାତାର ଭାବେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟ ଏଯାବତ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ସେନେଇ ସ୍ପଷ୍ଟ କରିନାହାନ୍ତି। ଏସବୁ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବଡ଼ ବୟାନ ଦେଇଛନ୍ତି। ଜୟରାମଙ୍କୁ ରାହୁଲ କ’ଣ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପଚରାଯାଇଥିଲା। ଏହାର ଜବାବ ଦେଇ ଜୟରାମ କହିଛନ୍ତି ଯେ, […] The post ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ… appeared first on Dharitri Odia News.

ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ…
ନୂଆଦିଲ୍ଲୀ,୨୨।୫: ଭାଜପା ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ୁଥିବା ଏନ୍‌ଡିଏ ମେଣ୍ଟର ନେତା ଲଗାତାର ଭାବେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟ ଏଯାବତ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ସେନେଇ ସ୍ପଷ୍ଟ କରିନାହାନ୍ତି। ଏସବୁ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବଡ଼ ବୟାନ ଦେଇଛନ୍ତି।
ଜୟରାମଙ୍କୁ ରାହୁଲ କ’ଣ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପଚରାଯାଇଥିଲା। ଏହାର ଜବାବ ଦେଇ ଜୟରାମ କହିଛନ୍ତି ଯେ, ଏହା କୌଣସି ସୁନ୍ଦରୀ ପ୍ରତିଯୋଗିତା ନୁହେଁ। ଆମେ ଏକ ଦଳ ଆଧାରିତ ଗଣତନ୍ତ୍ର। ପ୍ରଶ୍ନ ଏହା ଯେ ଜନାଦେଶ କେଉଁ ଦଳ ନଚେତ ମେଣ୍ଟକୁ ମିଳିବ। ଦଳଗୁଡ଼ିକୁ ବହୁମତ ମିଳିଲେ ଦଳ ନିଜର ନେତା ଚୟନ କରିଥାଏ। ସେହି ନେତା ପ୍ରଧାନମନ୍ତ୍ରୀ ହୋଇଥାନ୍ତି।
ଜୟରାମ କହିଛନ୍ତି, ୨୦୦୪ରେ ୪ ଦିନ ମଧ୍ୟରେ ମନମୋହନ ସିଂଙ୍କ ନାମ ଘୋଷଣା କରାଯାଇଥିଲା।  ଏଥର କିନ୍ତୁ ୪ ଦିନ ଲାଗିବ ନାହିଁ। ୨ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ସମସ୍ତ ଏମ୍‌ପି ଏକାଠି ହୋଇ ଉକ୍ତ ନେତାଙ୍କୁ ଚୟନ କରିବେ। ଏହା ଏକ ପ୍ରକ୍ରିୟା। ଆମେ ଶର୍ଟକର୍ଟରେ ବିଶ୍ୱାସ କରୁନା। ଏହା ମୋଦିଙ୍କ କାର୍ଯ୍ୟଶୈଳୀ ହୋଇପାରେ। ଆମେ ଅହଙ୍କାରୀ ନୋହୁଁ। ୨ ଦିନ କାହିଁକି, କିଛି ଘଣ୍ଟାରେ ଘୋଷଣା ହୋଇଯିବ। ସବୁଠାରୁ ବଡ଼ ଦଳର ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ହେବେ। ୨୦୦୪ରେ ଯେଉଁଭଳି ହୋଇଥିଲା ସେହିଭଳି ଏଥର ମଧ୍ୟ ହେବ ବୋଲି ସେ କହିଛନ୍ତି।

The post ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ… appeared first on Dharitri Odia News.