ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ
ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ, ଦୁଇଟି ଆପଲ୍ ଅଥରାଇଜ୍ଡ ରିସେଲର ଷ୍ଟୋର କାଭାକା କମ୍ପ୍ଲେକ୍ସ, ଅଇଁଠାପାଲି ମେନରୋଡ ସମ୍ବଲପୁର ଏବଂ ଧର୍ମ ନଗର ବ୍ରହ୍ମପୁରଠାରେ ଶୁଭାରମ୍ଭ କରାଯାଇଛି। ସେହିଭଳି ଏହି ନୂଆ ସ୍ଥଳ ଓଡ଼ିଶାର ଟେକ୍ ପ୍ରେମୀଙ୍କୁ ଆପଲ୍ର ସର୍ବୋତ୍ତମ ଉତ୍ପାଦ ଯୋଗାଇ ଦେବା ନିମନ୍ତେ ଏବଂ ବ୍ରାଣ୍ଡ୍ ଲକ୍ଷ୍ୟରେ ଏକ ଉଲ୍ଲେଖନୀୟ ସମ୍ପ୍ରସାରଣ ହୋଇଛି। […] The post ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ appeared first on Dharitri Odia News.
ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ, ଦୁଇଟି ଆପଲ୍ ଅଥରାଇଜ୍ଡ ରିସେଲର ଷ୍ଟୋର କାଭାକା କମ୍ପ୍ଲେକ୍ସ, ଅଇଁଠାପାଲି ମେନରୋଡ ସମ୍ବଲପୁର ଏବଂ ଧର୍ମ ନଗର ବ୍ରହ୍ମପୁରଠାରେ ଶୁଭାରମ୍ଭ କରାଯାଇଛି। ସେହିଭଳି ଏହି ନୂଆ ସ୍ଥଳ ଓଡ଼ିଶାର ଟେକ୍ ପ୍ରେମୀଙ୍କୁ ଆପଲ୍ର ସର୍ବୋତ୍ତମ ଉତ୍ପାଦ ଯୋଗାଇ ଦେବା ନିମନ୍ତେ ଏବଂ ବ୍ରାଣ୍ଡ୍ ଲକ୍ଷ୍ୟରେ ଏକ ଉଲ୍ଲେଖନୀୟ ସମ୍ପ୍ରସାରଣ ହୋଇଛି। ପୂର୍ବ ଭାରତର ଏକମାତ୍ର ଆପଲ ପ୍ରିମିୟମ ସହଭାଗୀ ଭାବେ ଆଇଡେଷ୍ଟିନି ବର୍ତ୍ତମାନ ସମସ୍ତ ଆପଲ୍ ସାମଗ୍ରୀର ଲକ୍ଷ୍ୟସ୍ଥଳ ଯିବାକୁ ଅଧିକ ନିକଟତର ହୋଇଯାଇଛି।
ଏ ସମ୍ପର୍କରେ ଆଇଡେଷ୍ଟିନି (ଆପଲ୍ ଅଥରାଇଜ୍ଡ ରିସେଲର)ର ଡାଇରେକ୍ଟର ବିଜୟ ଡୁଗର କହିଥିଲେ,ଓଡ଼ିଶା ବଜାରରେ ଆମେ ଆମର ଦୁଇଟି ନୂଆ ଷ୍ଟୋର ଖୋଲିଥିବାବେଳେ ଏହା ଆଇଡେଷ୍ଟିନି ନିମନ୍ତେ ଏକ ଆକର୍ଷଣୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ବିଶେଷ କରି ବ୍ରାଣ୍ଡ୍ର ଉପଲବ୍ଧତା, ସେବା ଯୋଗାଣ, ନିର୍ଭରଯୋଗ୍ୟତା, ସୁଲଭତା ଏବଂ ସହଜ ଉପକରଣ ବିନିମୟ ବିକଳ୍ପ ଯୋଗାଇ ଦେଇ ଗ୍ରାହକଙ୍କ ଅନୁଭୂତି ଉପର ସ୍ଥାନକୁ ନେବା ଉପରେ ଆମର ଦୃଷ୍ଟିନିବଦ୍ଧ ରହିଛି। ଏପରିକି ଆମେ ପୂର୍ଣ୍ଣ ନିଶ୍ଚିତଯେ ଏହି ଷ୍ଟୋରଗୁଡିକ ସମ୍ବଲପୁର ଏବଂ ବ୍ରହ୍ମପୁରର ଟେକ୍ ପ୍ରେମୀ ନାଗରିକମାନଙ୍କ ନିମନ୍ତେ ପ୍ରିୟ ଆପଲ୍ ସ୍ଥଳ ହେବ ବୋଲି ଡୁଗର କହିଛନ୍ତି।
The post ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ appeared first on Dharitri Odia News.