ଜମନକିରା ରେ ୧୪ ତମ କୁରାଳ ଚକ୍ରପୂଜା ଅନୁଷ୍ଟିତ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଅନ୍ତର୍ଗତ କଦଳୀମୁଣ୍ଡା ଠାରେ ଗତ ୬ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା କୁମ୍ଭକାର ମାନଙ୍କ ଚକ୍ରପୁଜା ମହୋତ୍ସବ ଆଜି ସମାପନ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା କୁମ୍ଭକାର ମାନଙ୍କ ଏଇ ପୂଜାରେ ଜମନକିରା ବ୍ଲକ ଅଞ୍ଚଳର ସମସ୍ତ କୁମ୍ଭକାର (କୁମ୍ଭାର) ଜାତିର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସତ୍ୟନାରାୟଣ ଦାସ ପୁରୋହିତ କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଭାବରେ ଦୁର୍ଯୋଧନ ରଣା ଏବଂ ତାଙ୍କ […] The post ଜମନକିରା ରେ ୧୪ ତମ କୁରାଳ ଚକ୍ରପୂଜା ଅନୁଷ୍ଟିତ appeared first on Odisha.News.

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଅନ୍ତର୍ଗତ କଦଳୀମୁଣ୍ଡା ଠାରେ ଗତ ୬ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା କୁମ୍ଭକାର ମାନଙ୍କ ଚକ୍ରପୁଜା ମହୋତ୍ସବ ଆଜି ସମାପନ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା କୁମ୍ଭକାର ମାନଙ୍କ ଏଇ ପୂଜାରେ ଜମନକିରା ବ୍ଲକ ଅଞ୍ଚଳର ସମସ୍ତ କୁମ୍ଭକାର (କୁମ୍ଭାର) ଜାତିର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସତ୍ୟନାରାୟଣ ଦାସ ପୁରୋହିତ କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଭାବରେ ଦୁର୍ଯୋଧନ ରଣା ଏବଂ ତାଙ୍କ ଧର୍ମପତ୍ନୀ କଳ୍ପନା ରଣା ହୋମ ଯଜ୍ଞ କରିଥିଲେ। ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ପଞ୍ଚମୀ ତିଥିରେ ଏଇ ପୂଜା ପାଳନ କରିଥାଆନ୍ତି କୁମ୍ଭକାର ସମାଜର ଲୋକେ। ଏବର୍ଷ ତିନିଦିନ ଧରି ବହୁ ଧୁମ୍ଧାମରେ ପାଳିତ ହୋଇଥିବା କହିଛନ୍ତି କୁରାଳ ସମାଜ ର ବ୍ଲକ ସଭାପତି ତ୍ରିଲୋଚନ ରଣା।
The post ଜମନକିରା ରେ ୧୪ ତମ କୁରାଳ ଚକ୍ରପୂଜା ଅନୁଷ୍ଟିତ appeared first on Odisha.News.