ଧାର ଟଙ୍କା ଶୁଝି ନ ପାରି ଯୁବକଙ୍କ ଆତ୍ମହତ୍ୟା
ବ୍ରହ୍ମପୁର,୧୧।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଅନ୍ଲାଇନ୍ ଗେମ୍ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗେମ୍ ପାଇଁ ଲୋକଙ୍କଠାରୁ ଧାର ଆଣିଥିବା ଟଙ୍କା ଶୁଝି ନ ପାରି ପୁରୁଣା ବ୍ରହ୍ମପୁର ପନ୍ଦରା ସାହିର ଚନ୍ଦନ ବାଡାତ୍ୟା(୨୫) ବେକରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବଡବଜାର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି। ଧାର ଟଙ୍କା ଶୁଝି ପାରୁ ନ ଥିବାରୁ ଚନ୍ଦନ ଅଧିକାଂଶ ସମୟରେ ମାନସିକ ଚାପରେ ରହୁଥିଲେ ବୋଲି […] The post ଧାର ଟଙ୍କା ଶୁଝି ନ ପାରି ଯୁବକଙ୍କ ଆତ୍ମହତ୍ୟା appeared first on Dharitri Odia News.
ବ୍ରହ୍ମପୁର,୧୧।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଅନ୍ଲାଇନ୍ ଗେମ୍ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗେମ୍ ପାଇଁ ଲୋକଙ୍କଠାରୁ ଧାର ଆଣିଥିବା ଟଙ୍କା ଶୁଝି ନ ପାରି ପୁରୁଣା ବ୍ରହ୍ମପୁର ପନ୍ଦରା ସାହିର ଚନ୍ଦନ ବାଡାତ୍ୟା(୨୫) ବେକରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବଡବଜାର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି।
ଧାର ଟଙ୍କା ଶୁଝି ପାରୁ ନ ଥିବାରୁ ଚନ୍ଦନ ଅଧିକାଂଶ ସମୟରେ ମାନସିକ ଚାପରେ ରହୁଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତ କିଛିବର୍ଷ ତଳେ ବିବାହ କରିଥିବା ଚନ୍ଦନ ତାଙ୍କ ସ୍ତ୍ରୀଙ୍କ ସହ ଅନ୍ୟ ଏକ ସାହିରେ ଘରଭଡା ନେଇ ରହୁଥିଲେ। ଗୁରୁବାର ସନ୍ଧ୍ୟାରେ ସେ ବେକରେ ଲୁଙ୍ଗି ବାନ୍ଧି ଝୁଲି ପଡିଥିବା ସମ୍ପର୍କରେ ସ୍ତ୍ରୀ ପୁରୁଣା ବ୍ର୍ରହ୍ମପୁର ପନ୍ଦରା ସାହିରେ ରହୁଥିବା ଶ୍ୱଶୁରଙ୍କୁ ଜଣାଇଥିଲେ । ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଏ ନେଇ ବଡବଜାର ଥାନାରେ ନଂ.୪୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
The post ଧାର ଟଙ୍କା ଶୁଝି ନ ପାରି ଯୁବକଙ୍କ ଆତ୍ମହତ୍ୟା appeared first on Dharitri Odia News.