ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ,୨୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ରାମ ମନ୍ଦିରପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି। ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର ପ୍ରଦେଶରେ […] The post ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ appeared first on Dharitri Odia News.

ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ,୨୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ରାମ ମନ୍ଦିରପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି। ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର
ପ୍ରଦେଶରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଦ୍ବାରା ବେପାର ହୋଇଛି।

ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭି ସି ଭରତିଆ ଓ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ଦେଶରେ କୋଟି କୋଟି ସଂଖ୍ୟାରେ ରାମ ମନ୍ଦିର ପ୍ରତିମା, ମାଳା, ବିନ୍ଦି, କଡ଼ା, ରାମ ଧ୍ବଜା , ରାମନାମ ଟୋପି, ରାମଙ୍କ ପେଣ୍ଟିଂ , ରାମ ଦରବାର ଚିତ୍ର, ରାମଙ୍କ ଚିତ୍ର ଆଦିର ଜବରଦସ୍ତ ବିକ୍ରି ହୋଇଛି । ଦେଶ ସାରା ପଣ୍ଡିତ ଏବଂ ବ୍ରାହ୍ମଣଙ୍କ ବଡ଼ ଆକାରରେ ଆୟ ହୋଇଛି । କୋଟି କୋଟି କେଜିର ମିଠା ଏବଂ ଡ୍ରାଇଫ୍ରୁଟ୍ସ ମଧ୍ୟ ପ୍ରସାଦ ଭାବରେ ବିକ୍ରି ହୋଇଛି ।
ଦେଶରେ କୋଟି କୋଟି ଟଙ୍କାର ଦୀପ, ପିତଳ ଏବଂ ଅନ୍ୟ ବସ୍ତୁରେ ତିଆରି ଦୀପ ବିକ୍ରି ହୋଇଛି। ଆଗାମୀ ସମୟରେ ଭକ୍ତ ରାମ ମନ୍ଦିରକୁ ବିଭିନ୍ନ ଉପହାର ଦେବାର ସମ୍ଭାବନା ରହିଛି। କାରଣ ବିବାହ ଉତ୍ସବରେ ମନ୍ଦିରକୁ ଉପହାର ଦେବା ଆରମ୍ଭ ହୋଇଛି। ତେଣୁ ଏହା ଆଗକୁ ଅର୍ଥବ୍ୟବସ୍ଥାରେ ବଡ଼ ପ୍ରଭାବ ପକାଇବ।

ସେ ଆହୁରି କହିଛନ୍ତି, ଦେଶରେ ଏହା ପ୍ରଥମ ଥର ଯେତେବେଳେ ଆସ୍ଥା ଏବଂ ଭକ୍ତି କାରଣରୁ ଏତେ ବଡ଼ ଆକାରରେ ବ୍ୟବସାୟ ହୋଇଛି। ବଡ଼ କଥା ହେଉଛି ଏଥିରେ କ୍ଷୁଦ୍ରୁ ବ୍ୟବସାୟୀ ଏବଂ ଲଘୁ ଉଦ୍ୟୋଗୀ ମଧ୍ୟ ଉପକୃତ ହୋଇଛନ୍ତି।

The post ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ appeared first on Dharitri Odia News.