ହିରୋ ସାଜିଲେ ବଟଲର୍-ପ୍ରସିଦ୍ଧ; ଆଇପିଏଲ୍ ଟେବୁଲ ଶୀର୍ଷରେ ପହଞ୍ଚିଲା ଗୁଜରାଟ
ଅହମଦାବାଦ,୧୯ା୪: ଆଇପିଏଲ୍ ୨୦୨୫ରେ ଶନିବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)କୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୦୪ ରନ୍ର ଟାର୍ଗେଟ୍କୁ ଗୁଜରାଟ ୧୯.୨ ଓଭରରେ ୩ ଉଇକେଟ ହରାଇ ହାସଲ କରିନେଇଥିଲା। ଏହି ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି ଏବଂ ଦିଲ୍ଲୀ ଦ୍ୱିତୀୟ ସ୍ଥାନକୁ ଖସିଛି। ଏହା ଗୁଜରାଟର ୫ମ ବିଜୟ ହୋଇଥିବା ବେଳେ ଦିଲ୍ଲୀ ଲାଗି ଏହା ୨ୟ ପରାଜୟ। ଏହି ବିଜୟର ହିରୋ […] The post ହିରୋ ସାଜିଲେ ବଟଲର୍-ପ୍ରସିଦ୍ଧ; ଆଇପିଏଲ୍ ଟେବୁଲ ଶୀର୍ଷରେ ପହଞ୍ଚିଲା ଗୁଜରାଟ appeared first on Dharitri Odia News.
ଅହମଦାବାଦ,୧୯ା୪: ଆଇପିଏଲ୍ ୨୦୨୫ରେ ଶନିବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)କୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୦୪ ରନ୍ର ଟାର୍ଗେଟ୍କୁ ଗୁଜରାଟ ୧୯.୨ ଓଭରରେ ୩ ଉଇକେଟ ହରାଇ ହାସଲ କରିନେଇଥିଲା। ଏହି ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି ଏବଂ ଦିଲ୍ଲୀ ଦ୍ୱିତୀୟ ସ୍ଥାନକୁ ଖସିଛି। ଏହା ଗୁଜରାଟର ୫ମ ବିଜୟ ହୋଇଥିବା ବେଳେ ଦିଲ୍ଲୀ ଲାଗି ଏହା ୨ୟ ପରାଜୟ। ଏହି ବିଜୟର ହିରୋ ସାଜିଥିଲେ ପ୍ରସିଦ୍ଧ କ୍ରିଷ୍ଣା ଓ ଜୋସ୍ ବଟ୍ଲର। ବଟ୍ଲର ୯୭ ରନ୍ କରିଥିଲେ। ସେହିଭଳି ପ୍ରସିଦ୍ଧ କ୍ରିଷ୍ଣା ୪ ଉଇକେଟ ନେଇଥିଲେ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୩ ରନ୍ କରିଥିଲା। ଜବାବରେ ଗୁଜରାଟ ଆରମ୍ଭରୁ ଶୁବ୍ମନ ଗିଲ୍(୭)ଙ୍କ ଉଇକେଟ ହରାଇଥିଲା। ଚତୁର୍ଥ କ୍ରମରେ ଆସିଥିବା ରାହୁଲ ଟଓ୍ବୋଟିଆ ୧୧ ଓ ବଟ୍ଲର ୯୭ ରନ୍ରେ ଅପରାଜିତ ରହି ଦଳକୁ ମ୍ୟାଚ୍ ଜିତାଇଥିଲେ। ୫୪ ବଲର ସମ୍ମୁଖୀନ ହୋଇଥିବା ବଟ୍ଲରଙ୍କ ଇନିଂସ୍ରେ ୧୧ ଚୌକା ଓ ୪ ଛକା ସାମିଲ ଥିଲା। ଦିଲ୍ଲୀ ପାଇଁ କୁଲଦୀପ ଯାଦବ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
The post ହିରୋ ସାଜିଲେ ବଟଲର୍-ପ୍ରସିଦ୍ଧ; ଆଇପିଏଲ୍ ଟେବୁଲ ଶୀର୍ଷରେ ପହଞ୍ଚିଲା ଗୁଜରାଟ appeared first on Dharitri Odia News.