ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁନି: ବିଏମ୍ସି ପକ୍ଷରୁ ୮୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ
ଭୁବନେଶ୍ୱର, ୨୩।୧୦ (ବନ୍ଦନା ସେଠୀ):ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ବିଏମ୍ସି ପକ୍ଷରୁ ମଙ୍ଗଳବାର ଆଉ ଏକ ସମୀକ୍ଷା ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍ସି ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଲୋକେ ଭୟଭୀତ ନ ହେବାକୁ ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ୍ ଅନୁରୋଧ କରିଛନ୍ତି। ସୋମବାର ହୋଇଥିବା ପ୍ରସ୍ତୁତି ବୈଠକରେ କେଉଁ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ ଏଥିରେ ସମୀକ୍ଷା […] The post ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁନି: ବିଏମ୍ସି ପକ୍ଷରୁ ୮୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ appeared first on Dharitri Odia News.
ଭୁବନେଶ୍ୱର, ୨୩।୧୦ (ବନ୍ଦନା ସେଠୀ):ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ବିଏମ୍ସି ପକ୍ଷରୁ ମଙ୍ଗଳବାର ଆଉ ଏକ ସମୀକ୍ଷା ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍ସି ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଲୋକେ ଭୟଭୀତ ନ ହେବାକୁ ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ୍ ଅନୁରୋଧ କରିଛନ୍ତି। ସୋମବାର ହୋଇଥିବା ପ୍ରସ୍ତୁତି ବୈଠକରେ କେଉଁ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ ଏଥିରେ ସମୀକ୍ଷା କରାଯାଇଥିଲା। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍ସିର ସାଉଥ-ୱେଷ୍ଟ ଜୋନ୍ରେ ୩୦ଟି, ନର୍ଥ ଜୋନ୍ରେ ୨୧ଟି ଏବଂ ସାଉଥ-ଇଷ୍ଟ ଜୋନ୍ରେ ୨୯ଟି ଏପରି ମୋଟ ୮୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପରେ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ସେଠାରେ ଲୋକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଶେଷକରି ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ଜୋନାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରେନେଜ୍ ସମସ୍ୟା ପାଇଁ ଲୋକେ ୭୮୦୯୮୯୬୬୨୧ ନମ୍ବରରେ ଫୋନ୍ କରି ଜଣାଇବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି। ଚିହ୍ନଟ ହୋଇଥିବା ୩୦ଟି ଜଳବନ୍ଦୀ ଅଞ୍ଚଳରେ ପମ୍ପସେଟ୍ ରଖାଯାଇଛି। ସେହିପରି ଖୋଲାଥିବା ଡ୍ରେନଗୁଡିକରେ ବୁଧବାର ସନ୍ଧ୍ୟା ସୁଦ୍ଧା ବ୍ୟାରିକେଡ୍୍ କରିବା କିମ୍ବା ସ୍ଲାବ ପକାଇବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାରଠାରୁ ୩ ଜୋନ୍ ସହ ବିଏମ୍ସି ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହୋଇଛି। ଜରୁରୀକାଳୀନ ଟେଲିଫୋନ ନଂ ୧୯୨୯ ସହ ୧୦ଟି ଲାଇଫ୍ଲାଇନ୍ ରହୁଛି। ଏହିସବୁ ଫୋନ୍ ଲାଇନରେ ୩ ଶିିଫ୍ଟରେ ୧୦ ଜଣ ଲେଖାଏ କର୍ମଚାରୀ ରହିବେ, ଏବଂ ସେମାନଙ୍କୁ ତଦାରଖ କରିବା ପାଇଁ ଜଣେ ଲେଖାଏ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ। ଏହାବାଦ୍ ସମସ୍ତ ଡାକ୍ତରଖାନାରେ ଜେନେରେଟର ଏବଂ ଡିଜେଲ୍ ମହଜୁଦ୍ ରଖିବା ପାଇଁ କୁହାଯାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗଛର ଡାଳ ତୁରନ୍ତ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଛ କାଟିବା ପାଇଁ ଆବଶ୍ୟକ ଗାଡ଼ି ସହ ଅଗ୍ନିଶମ ବିଭାଗର ୬୫ଟି ଗଛକଟା ମେଶିନ ଏବଂ ୧୦ଟି ଟିମ୍ ସଜାଗ ରହିଛନ୍ତି। ସେମାନଙ୍କ ସହ ବିଏମ୍ସିର ଗଛ କଟାଳି, ମେଶିନ ଓ ଗାଡ଼ି ମଧ୍ୟ ପ୍ରସ୍ତୁତ ରହିଛି। ସେମାନଙ୍କୁ ସହାୟତା କରିବା ପାଇଁ ୫୦ ଜଣିଆ ଟିମ୍ ଗଠନ କରାଯାଇଛି। ସେମାନେ ୨୪ ଘଣ୍ଟିଆ କାମ କରିବେ। ସେହିପରି ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ହୋର୍ଡିଂଗୁଡିକୁ ହଟାଇ ଦିଆଯାଇଛି। ପ୍ରତ୍ୟେକ ୱାର୍ଡରେ କର୍ପୋରେଟରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଜାଗ୍ରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ପୋରେଟର, ନୋଡାଲ ଅଫିସର, ଦାୟିତ୍ୱରେ ଥିବା ଅଧିକାରୀ, ମେୟର ସମସ୍ତଙ୍କ ନମ୍ବର ଶେୟାର କରିବାକୁ କୁହାଯାଇଛି। ଯେତେବେଳେ, ଯେଉଁଠି ଏବଂ ଯାହା ଦରକାର ପଡ଼ବ, କାଳ ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ତାଗିଦ କରାଯାଇଛି।
The post ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁନି: ବିଏମ୍ସି ପକ୍ଷରୁ ୮୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ appeared first on Dharitri Odia News.