ବଢୁଛି ବିଜେଡିର ବଳ, ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହେଲେ ଶତାଧିକ ବିଜେପି-କଂଗ୍ରେସ କର୍ମୀ
ଦାରିଙ୍ଗବାଡ଼ି ୧୩।୦୪ : ଦାରିଙ୍ଗବାଡିରେ ବିଜେଡିର ମିଶ୍ରଣ ପର୍ବ । ୧୩୨ ଜଣ ବିଜେପି ଓ କଂଗ୍ରେସ କର୍ମୀ ହେଲେ ବିଜେଡିରେ ସାମିଲ । ଏଥିରେ କନ୍ଧମାଳ ସାଂସଦ ପ୍ରାର୍ଥୀ, ଘୁ. ଉଦୟଗିରି ବିଧାୟକ ତଥା ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଓ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ । ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ସାଂସଦଙ୍କୁ ଫୁଲ ତୋଡ଼ାଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ ଫୁଲ ତୋଡ଼ାଦେଇ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଦାରିଙ୍ଗବାଡ଼ିର ଲଡୁକିଶୋର ସାହୁ, ଦିଲ୍ଲୀପ କୁମାର ସାହୁ, ରଞ୍ଜିତ ସେନାପତି,ସୋରାଜ ସାହୁ, ରୋହିତ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ପଦାଧିକାରୀ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଓ ସାଂସଦ ଦଳୀୟ ଉତ୍ତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ।ତେବେ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ୧୩୨ଜଣ ବିଜେପି ଓ କଂଗ୍ରେସ କର୍ମୀ ଓ ପଞ୍ଚାୟତ ପଦାଧିକାରୀ ବିଜେଡିରେ ଯୋଗଦେଇଥିଲେ । ଏହାକୁ ବିଧାୟକ ଓ ସାଂସଦ ତାଙ୍କ ବକ୍ତବ୍ୟରେ ପ୍ରଶଂସା କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରା
ଦାରିଙ୍ଗବାଡ଼ି ୧୩।୦୪ : ଦାରିଙ୍ଗବାଡିରେ ବିଜେଡିର ମିଶ୍ରଣ ପର୍ବ । ୧୩୨ ଜଣ ବିଜେପି ଓ କଂଗ୍ରେସ କର୍ମୀ ହେଲେ ବିଜେଡିରେ ସାମିଲ । ଏଥିରେ କନ୍ଧମାଳ ସାଂସଦ ପ୍ରାର୍ଥୀ, ଘୁ. ଉଦୟଗିରି ବିଧାୟକ ତଥା ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଓ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ । ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ସାଂସଦଙ୍କୁ ଫୁଲ ତୋଡ଼ାଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ ଫୁଲ ତୋଡ଼ାଦେଇ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଦାରିଙ୍ଗବାଡ଼ିର ଲଡୁକିଶୋର ସାହୁ, ଦିଲ୍ଲୀପ କୁମାର ସାହୁ, ରଞ୍ଜିତ ସେନାପତି,ସୋରାଜ ସାହୁ, ରୋହିତ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ପଦାଧିକାରୀ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଓ ସାଂସଦ ଦଳୀୟ ଉତ୍ତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ।

ତେବେ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ୧୩୨ଜଣ ବିଜେପି ଓ କଂଗ୍ରେସ କର୍ମୀ ଓ ପଞ୍ଚାୟତ ପଦାଧିକାରୀ ବିଜେଡିରେ ଯୋଗଦେଇଥିଲେ । ଏହାକୁ ବିଧାୟକ ଓ ସାଂସଦ ତାଙ୍କ ବକ୍ତବ୍ୟରେ ପ୍ରଶଂସା କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀ ବିଜୟ ସୁନିଶ୍ଚିତ ଏହି ମିଶ୍ରଣ ପୂର୍ବରୁ ଜଣାପଡ଼ୁଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶାର ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । ଆଗାମୀ ନିର୍ବାଚନରେ ବିଜେଡିକୁ ଜିତାଇବା ଲାଗି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।