ହୋଲି ଶୁଭେଚ୍ଛା ଜଣାଇଲେ ଆପଲ ସିଇଓ ଟିମ୍ କୁକ୍, ଏକ୍ସରେ ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ସାରା ଦେଶରେ ଧୁମଧାମରେ ହୋଲି ପର୍ବକୁ ପାଳନ କରାଯାଉଛି । ଏହି ଅବସରରେ ବିଶ୍ୱର ସର୍ବବୃହତ ଟେକ କମ୍ପାନି ମଧ୍ୟରେ ସାମିଲ ଆପଲର ସିଇଓ ଟିକ୍ କୁକ୍ ମଧ୍ୟ ନିଜ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଟିମ୍ କୁକ୍ ନିଜ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଆଇଫୋନରୁ ଉଠାଯାଇଥିବା ଏକ ଫଟୋକୁ ସେୟାର କରିଛନ୍ତି ।ଟିମ୍ କୁକ୍ ଲେଖିଛନ୍ତି, ସେହି ସମସ୍ତଙ୍କୁ ହୋଲିର ଶୁଭକାମନା ଯେଉଁମାନେ ଏହି ଉତ୍ସବକୁ ପାଳନ କରୁଛନ୍ତି । ଟିମ୍ କୁକ୍ ରଙ୍ଗର ଏହି ପର୍ବକୁ କଏଦ କରିଥିବା ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଥିବାରୁ @joshuakarthikrଙ୍କୁ ଧନ୍ୟବାଦ ଜଣାଇଛନ୍ତି ।Happy Holi to all who celebrate! Thank you @joshuakarthikr for sharing this beautiful #ShotOniPhone photo that captures the colorful festival. pic.twitter.com/HpJWRm93PH— Tim Cook (@tim_cook) March 25, 2024ଉଲ୍ଲେଖଯୋଗ୍ୟ ଯେ ଟିମ୍ କୁକ୍ ଗତ ଅନେକ ବର୍ଷ ଧରି ହୋଲି ଅବସରରେ ଭାରତୀୟ ଫଟୋଗ୍ରାଫର ଗୁରସିମରନ ବସରା ଏବଂ ଆପେକ୍ସା ମାକେରଙ୍କ ଦ୍ୱାରା ଉଠାଯାଇଥିବା ଫଟୋ ସେୟାର କରୁଥିଲେ । ଦୀପାବଳି ଅବସରରେ ବି ଟିମ୍ କୁକ୍ କିଛି ଫଟୋ ସହ ଶୁଭେଚ୍ଛା ଜଣାଇଥିଲେ ।

ହୋଲି ଶୁଭେଚ୍ଛା ଜଣାଇଲେ ଆପଲ ସିଇଓ ଟିମ୍ କୁକ୍, ଏକ୍ସରେ ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ସାରା ଦେଶରେ ଧୁମଧାମରେ ହୋଲି ପର୍ବକୁ ପାଳନ କରାଯାଉଛି । ଏହି ଅବସରରେ ବିଶ୍ୱର ସର୍ବବୃହତ ଟେକ କମ୍ପାନି ମଧ୍ୟରେ ସାମିଲ ଆପଲର ସିଇଓ ଟିକ୍ କୁକ୍ ମଧ୍ୟ ନିଜ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଟିମ୍ କୁକ୍ ନିଜ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଆଇଫୋନରୁ ଉଠାଯାଇଥିବା ଏକ ଫଟୋକୁ ସେୟାର କରିଛନ୍ତି ।

ଟିମ୍ କୁକ୍ ଲେଖିଛନ୍ତି, ସେହି ସମସ୍ତଙ୍କୁ ହୋଲିର ଶୁଭକାମନା ଯେଉଁମାନେ ଏହି ଉତ୍ସବକୁ ପାଳନ କରୁଛନ୍ତି । ଟିମ୍ କୁକ୍ ରଙ୍ଗର ଏହି ପର୍ବକୁ କଏଦ କରିଥିବା ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଥିବାରୁ @joshuakarthikrଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ ଟିମ୍ କୁକ୍ ଗତ ଅନେକ ବର୍ଷ ଧରି ହୋଲି ଅବସରରେ ଭାରତୀୟ ଫଟୋଗ୍ରାଫର ଗୁରସିମରନ ବସରା ଏବଂ ଆପେକ୍ସା ମାକେରଙ୍କ ଦ୍ୱାରା ଉଠାଯାଇଥିବା ଫଟୋ ସେୟାର କରୁଥିଲେ । ଦୀପାବଳି ଅବସରରେ ବି ଟିମ୍ କୁକ୍ କିଛି ଫଟୋ ସହ ଶୁଭେଚ୍ଛା ଜଣାଇଥିଲେ ।