ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ
ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମାର୍ଚ୍ଚ ୩, ୨୦୨୪)ରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ବୁଝି ବିଚାରି ବିବୃତ୍ତି ଦେବାକୁ କହିଥିଲେ ଏବଂ ବିବାଦୀୟ ମନ୍ତବ୍ୟରୁ ମଧ୍ୟ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି। ମନ୍ତ୍ରୀ ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସରକାରଙ୍କ ଯୋଜନା ବିଷୟରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାକୁ ପଡିବ। ଲୋକ ସଭା ନିର୍ବାଚନ ପ୍ରଚାର […] The post ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମାର୍ଚ୍ଚ ୩, ୨୦୨୪)ରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ବୁଝି ବିଚାରି ବିବୃତ୍ତି ଦେବାକୁ କହିଥିଲେ ଏବଂ ବିବାଦୀୟ ମନ୍ତବ୍ୟରୁ ମଧ୍ୟ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି।
ମନ୍ତ୍ରୀ ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସରକାରଙ୍କ ଯୋଜନା ବିଷୟରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାକୁ ପଡିବ। ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ଆଗରେ ଉଲ୍ଲେଖ କରିବାକୁ ପଡିବ।
ମନ୍ତ୍ରୀ ପରିଷଦର ବୈଠକରେ ମେ’ରେ ନୂତନ ସରକାର ଗଠନ ପରେ ପଦକ୍ଷେପ ନିଆଯିବା ପାଇଁ ୧୦୦ ଦିନିଆ ଏଜେଣ୍ଡାର ତୁରନ୍ତ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା। ଆହୁରି ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ୨୦୪୭ ସୁଦ୍ଧା ଭାରତ କିପରି ବିକଶିତ ହେବ। ଏହି ବିଷୟରେ ସମସ୍ତ ମନ୍ତ୍ରଣାଳୟ ଦ୍ୱାରା ଏକ ପାୱାର ପଏଣ୍ଟ ଉପସ୍ଥାପନା କରାଯାଇଥିଲା ।
The post ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ appeared first on Dharitri Odia News.