ଭଙ୍ଗା ଘରେ ବିତୁଛି ଜୀବନ

ଖପ୍ରାଖୋଲ,୩୦ା୮(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ମହେଶ୍ୱର ବକୁଳ(୬୫)ଙ୍କ ଘର। ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ଓ ଝିଅ ପୁଷ୍ପାଞ୍ଜଳୀ (୧୫)। ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ବର୍ଷ ବର୍ଷ ଧରି ପଲିଥିନ ଟଣା ଘରେ ପରିବାର ସହ ଦିନ କାଟୁଛନ୍ତି। ବର୍ଷାଦିନେ ଦୁର୍ଦ୍ଦଶା କହିଲେ ନ ସରେ। ମହେଶ୍ୱର ପୂର୍ବରୁ ପରଘରେ ମୂଲ ଲାଗି ଓ ଗାଁର ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବୟସ […] The post ଭଙ୍ଗା ଘରେ ବିତୁଛି ଜୀବନ appeared first on Dharitri Odia News.

ଭଙ୍ଗା ଘରେ ବିତୁଛି ଜୀବନ

ଖପ୍ରାଖୋଲ,୩୦ା୮(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ମହେଶ୍ୱର ବକୁଳ(୬୫)ଙ୍କ ଘର। ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ଓ ଝିଅ ପୁଷ୍ପାଞ୍ଜଳୀ (୧୫)। ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ବର୍ଷ ବର୍ଷ ଧରି ପଲିଥିନ ଟଣା ଘରେ ପରିବାର ସହ ଦିନ କାଟୁଛନ୍ତି। ବର୍ଷାଦିନେ ଦୁର୍ଦ୍ଦଶା କହିଲେ ନ ସରେ। ମହେଶ୍ୱର ପୂର୍ବରୁ ପରଘରେ ମୂଲ ଲାଗି ଓ ଗାଁର ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବୟସ ଅଧିକ ହେବାରୁ ପୂର୍ବପରି କାମଧନ୍ଦା କରି ପାରୁନାହାନ୍ତି । ସ୍ତ୍ରୀ ରୋଗିଣା ହୋଇଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁ ମହେଶ୍ୱର ଏବେ ଗାଈ ଚରାଇବାକୁ ଅସମର୍ଥ। ଏହି ପରିବାରର ଜମିବାଡ଼ି କିଛି ନାହିଁ। ସରକାରଙ୍କ ତରଫରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାରର ତିନି ଜଣକୁ ମିଳୁଥିବା ୧୫ କିଲୋ ଚାଉଳ ହିଁ ଏକମାତ୍ର ସମ୍ବଳ। ଏଭଳି ପରିସ୍ଥିତିରେ ପରିବାର କେମିତି ଚଳିବ ସେହି ଚିନ୍ତା ଘାରିଛି। ସେହିପରି ମହେଶ୍ୱର ଓ ତାଙ୍କ ସ୍ତ୍ରୀଙ୍କୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ବିି ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ। ଏହାଛଡା ଆବାସ ଯୋଜନାରେ ଘର ପାଇବା ପାଇଁ ବହୁବାର ବିଭିନ୍ନ କାର୍ଯ୍ୟାଳୟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ପଲିଥିନ ଟଣା ଭଙ୍ଗା କୁଡିଆ ଘରେ ଦିନ ବିତୁଛି। ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ଘର ଯୋଗାଇ ଦେବାକୁ ଦାବି ହେଉଛି।

The post ଭଙ୍ଗା ଘରେ ବିତୁଛି ଜୀବନ appeared first on Dharitri Odia News.