ଖବରଦାତା ନିର୍ମଳ ପଣ୍ଡାଙ୍କ ପରଲୋକ
ମାହାଙ୍ଗା/ନିଶ୍ଚିନ୍ତକୋଇଲି,୭ା୭(ଯଯାତି ସିଂହ/ଅଶୋକ କୁମାର ମହାପାତ୍ର)ବରିଷ୍ଠ ଖବରଦାତା ନିର୍ମଳ ପଣ୍ଡାଙ୍କ ଶନିବାର ପରଲୋକ ଘଟିଛି। ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମରେ। ସେ ମଧ୍ୟାହ୍ନରେ ବଜାରରୁ ଫେରି ଘରେ ଶୋଇଥିଲେ। ଦେହରୁ ପ୍ରବଳ ଝାଳ ବାହାରିବାରୁ ପରିବାର ଲୋକେ ତାଙ୍କୁ ଓଦା କପଡ଼ାରେ ପୋଛାପୋଛି କରିଥିଲେ। ଏହାପରେ ସେ ଶୋଇପଡ଼ିଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେ ନିଦରୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। କିନ୍ତୁ ସେ ଉଠି […] The post ଖବରଦାତା ନିର୍ମଳ ପଣ୍ଡାଙ୍କ ପରଲୋକ appeared first on Dharitri Odia News.
ମାହାଙ୍ଗା/ନିଶ୍ଚିନ୍ତକୋଇଲି,୭ା୭(ଯଯାତି ସିଂହ/ଅଶୋକ କୁମାର ମହାପାତ୍ର)ବରିଷ୍ଠ ଖବରଦାତା ନିର୍ମଳ ପଣ୍ଡାଙ୍କ ଶନିବାର ପରଲୋକ ଘଟିଛି। ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମରେ। ସେ ମଧ୍ୟାହ୍ନରେ ବଜାରରୁ ଫେରି ଘରେ ଶୋଇଥିଲେ। ଦେହରୁ ପ୍ରବଳ ଝାଳ ବାହାରିବାରୁ ପରିବାର ଲୋକେ ତାଙ୍କୁ ଓଦା କପଡ଼ାରେ ପୋଛାପୋଛି କରିଥିଲେ। ଏହାପରେ ସେ ଶୋଇପଡ଼ିଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେ ନିଦରୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। କିନ୍ତୁ ସେ ଉଠି ନ ଥିଲେ ା ତୁରନ୍ତ ନିର୍ମଳଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସାରୁ ନିର୍ମଳଙ୍କ ମୃତ୍ୟୁ ହୃଦ୍ଘାତରୁ ହୋଇଥିବା କୁହାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।
ସେ ଜଣେ ଦକ୍ଷ, ନିର୍ଭୀକ ଏବଂ ପରୋପକାରୀ ଖବରଦାତା ଭାବେ ସାରା ରାଜ୍ୟରେ ସୁପରିଚିତ ଥିଲେ ା ମାହାଙ୍ଗାରେ ଧରିତ୍ରୀ ଖବରଦାତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱର, ଝାରସୁଗୁଡ଼ା ଏବଂ କଟକ ଜିଲା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଅନ୍ୟାନ୍ୟ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି। ତାଙ୍କ ମୃତ୍ୟୁ ଖବରପାଇ ମାହାଙ୍ଗାର ଖବରଦାତା, ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ ବିଧାୟକ ସାରଦା ପ୍ରସାଦ ପ୍ରଧାନ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଶୋକବ୍ୟକ୍ତ କରିଛନ୍ତି ା ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଭାଜପା ନେତା ସୁମନ୍ତ ଘଡେଇ,କଂଗ୍ରେସ ନେତା ଦେବେନ୍ଦ୍ର ସାହୁ,ଡ. ବିଜୟାନନ୍ଦ ସିଂହ, ସେକ୍ ମସୁଦ ଅଲ୍ଲି, ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ବ୍ଲକ୍ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ଶରତ ମହାପାତ୍ର, ଖବରଦାତା ସୁମନ୍ତ ଜେନା, ଭକ୍ତଚରଣ ସାହୁ, ଅଜୟ ମହାନ୍ତି, ପ୍ରଶାନ୍ତ ମିଶ୍ର, ଅଖିଳେଶ ମହାନ୍ତି, ରଶ୍ମିରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ଖୁଣ୍ଟିଆ, ଦୀପକ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶେଷ ଦର୍ଶନ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ନିଶ୍ଚିନ୍ତକୋଇଲି ବ୍ଲକର ବରିଷ୍ଠ ଖବରଦାତା ବଲ୍ଲଭ ଚରଣ ପଲେଇ, ଅଶୋକ ମହାପାତ୍ର, ପ୍ରଫୁଲ୍ଲ ଦାସ, ସମୀର ରଞ୍ଜନ ନିହାଣ, ଲକ୍ଷ୍ମଣ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ରବିବାର ଗ୍ରାମରେ ନିର୍ମଳଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
The post ଖବରଦାତା ନିର୍ମଳ ପଣ୍ଡାଙ୍କ ପରଲୋକ appeared first on Dharitri Odia News.