SCBରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ, ମଙ୍ଗଳାବାଗ ଥାନାରେ ଏତଲା
କଟକ ୧୩/୦୮: ପୁଣି ଚର୍ଚ୍ଚାରେ କଟକ ଏସସିବି । ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । ଏସସିବି ମେଡ଼ିକାଲର କାଡ଼ିଓଲୋଜି ବିଭାଗରେ ଜଣେ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଙ୍କ ପରିବାର ଲୋକେ । ଇକୋ କରିବା ପାଇଁ ମହିଳା ଜଣଙ୍କ ଆସିଥିବା ବେଳେ ଜୁନିଅର୍ ଡାକ୍ତର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ । ସେହିପରି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ୧୬୧/୧୬୪ ରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରୁଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର । ରୋଗୀଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ଉକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି।
କଟକ ୧୩/୦୮: ପୁଣି ଚର୍ଚ୍ଚାରେ କଟକ ଏସସିବି । ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । ଏସସିବି ମେଡ଼ିକାଲର କାଡ଼ିଓଲୋଜି ବିଭାଗରେ ଜଣେ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଙ୍କ ପରିବାର ଲୋକେ । ଇକୋ କରିବା ପାଇଁ ମହିଳା ଜଣଙ୍କ ଆସିଥିବା ବେଳେ ଜୁନିଅର୍ ଡାକ୍ତର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ । ସେହିପରି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
୧୬୧/୧୬୪ ରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରୁଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର । ରୋଗୀଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ଉକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି।