କାହା ପାଇଁ ଭାଙ୍ଗିଲା ଭାରତ ଓ୍ବାର୍ଲଡ କପ ଜିତିବାର ସ୍ବପ୍ନ, କିଏ ସେହି ହରଜସ ସିଂ ଯିଏ ଓଲଟାଇ ଦେଲେ ମ୍ୟାଚ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୧୪ ଟାଇଟଲ ଜିତିଛି। ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଦଳ ରେକର୍ଡ ସ୍କୋର କରିବା ପରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ଇତିହାସରେ ସର୍ବାଧିକ ସ୍କୋର କରିଥିଲା ଯେଉଁଥିରେ ହରଜସ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଭାରତ ବିପକ୍ଷ ଏହି ମ୍ୟାଚରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ଭାରତ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପରେ ୧୯ ବର୍ଷୀୟ […] The post କାହା ପାଇଁ ଭାଙ୍ଗିଲା ଭାରତ ଓ୍ବାର୍ଲଡ କପ ଜିତିବାର ସ୍ବପ୍ନ, କିଏ ସେହି ହରଜସ ସିଂ ଯିଏ ଓଲଟାଇ ଦେଲେ ମ୍ୟାଚ appeared first on Dharitri Odia News.

କାହା ପାଇଁ ଭାଙ୍ଗିଲା ଭାରତ ଓ୍ବାର୍ଲଡ କପ ଜିତିବାର ସ୍ବପ୍ନ, କିଏ ସେହି ହରଜସ ସିଂ ଯିଏ ଓଲଟାଇ ଦେଲେ ମ୍ୟାଚ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୧୪ ଟାଇଟଲ ଜିତିଛି। ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଦଳ ରେକର୍ଡ ସ୍କୋର କରିବା ପରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ଇତିହାସରେ ସର୍ବାଧିକ ସ୍କୋର କରିଥିଲା ଯେଉଁଥିରେ ହରଜସ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଭାରତ ବିପକ୍ଷ ଏହି ମ୍ୟାଚରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ।

ଭାରତ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପରେ ୧୯ ବର୍ଷୀୟ ହରଜସ ସିଂ ଅଷ୍ଟ୍ରେଲିଆ ପାଇଁ ୫୫ ରନ୍‌ର ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ୬୪ ବଲରେ ୩ ଚୌକା ଓ ୩ ଛକା ସହାୟତାରେ ଏହି ଇନିଂସ ଖେଳି ସେ ଅଷ୍ଟ୍ରେଲିଆର ସ୍କୋରକୁ ୨୫୩ ରନ୍‌ରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୨୪ ବର୍ଷ ପୂର୍ବେ ହରଜସ ସିଂଙ୍କ ପରିବାର ଚଣ୍ଡିଗଡ଼ରୁ ଅଷ୍ଟ୍ରେଲିଆ ଯାଇଥିଲେ। ୨୦୨୪ରେ ପିତା ଇନ୍ଦରଜିତ ସିଂ ଭାରତ ଛାଡି ସିଡନୀରେ ବସବାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାତ୍ରା ଶିଳ୍ପ ସହିତ ହରଜସଙ୍କ ପିତା ଜଡିତ। ସେ ରାଜ୍ୟ ସ୍ତରୀୟ ବକ୍ସିଂ ଚାମ୍ପିଅନ ହୋଇଛନ୍ତି। ହରଜସଙ୍କ ମା’ ମଧ୍ୟ କ୍ରୀଡା ସହିତ ଜଡିତ ଏବଂ ଏକ ରାଜ୍ୟ ସ୍ତରର ଲଙ୍ଗ ଜମ୍ପର୍‌। ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ଖେଳୁଥିବା ଏହି ଯୁବକଙ୍କର ମାମୁଁ ଭାରତରେ ରୁହନ୍ତି। ୨୦୧୫ରେ ଶେଷ ଥର ପାଇଁ ହରଜସ ଭାରତ ଆସିଥିଲେ।
ହରଜସ ସିଂ ଅଷ୍ଟ୍ରେଲିଆ ଅଣ୍ଡର -୧୯ ଦଳର ଏକ ଅଂଶ ଏବଂ ଫାଇନାଲରେ ଭାରତ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ବାମ ହାତରେ ବ୍ୟାଟିଂ କରୁଥିବା ଏହି ଯୁବକ ଡାହାଣ ହାତରେ ବୋଲିଂ କରନ୍ତି। ୮ବର୍ଷ ବୟସରେ ସେ ରାଭେସଭି ୱାର୍କର୍ସ କ୍ଲବ ପାଇଁ ଖେଳିବା ଆରମ୍ଭ କରିଥିଲେ।

The post କାହା ପାଇଁ ଭାଙ୍ଗିଲା ଭାରତ ଓ୍ବାର୍ଲଡ କପ ଜିତିବାର ସ୍ବପ୍ନ, କିଏ ସେହି ହରଜସ ସିଂ ଯିଏ ଓଲଟାଇ ଦେଲେ ମ୍ୟାଚ appeared first on Dharitri Odia News.