ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା…

ଭୁବନେଶ୍ୱର,୨୯।୭: ପୁଣି ଜଣେ ବିଜେଡି ନେତାଙ୍କ ନାଁରେ ବଢିଲା ଅଡୁଆ। ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍ଣରେ ଏକ ବାଇକ୍‌କୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତ (୩୨) ଙ୍କ ମୃତ୍ୟୁ […] The post ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା… appeared first on Dharitri Odia News.

ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା…

ଭୁବନେଶ୍ୱର,୨୯।୭: ପୁଣି ଜଣେ ବିଜେଡି ନେତାଙ୍କ ନାଁରେ ବଢିଲା ଅଡୁଆ। ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।

ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍ଣରେ ଏକ ବାଇକ୍‌କୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତ (୩୨) ଙ୍କ ମୃତ୍ୟୁ ଘଟିଥିଲା ଏବଂ ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା ।

ତେବେ ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜାଳିଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ଏତଲା ଆଧାରରେ କଳିଙ୍ଗନଗର ଥାନାରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମନୋରଂଜନ ହାଇବ୍ରୁ, ଟୁକୁ ସାହୁ, ସୁଦାମ ପହି, ସାଗର ଧୀର, ଜଟିଆ ପାତ୍ର, ମିଞ୍ଜା ପାତ୍ରଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୯୧(୨), ୨୨୧, ୨୮୫, ୧୨୬ (୨), ୪୯, ୨୯୬, ୩୫୧, ୩୫୧(୩), ୧୧୫(୨), ୩୨୬ (ଏଫ), ୧୯୦ ଦଫାରେ ମାମଲା ରୁଜୁ କରାଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଡାନି କାଳିଆପାଣି ଥାନା ଅଞ୍ଚଳର ଏକ ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି ତାଗିଦ କରିଥିଲେ । ଯାହାର ଭିଡିଓ ସେତେବେଳେ ଭାଇରାଲ ହୋଇଥିଲା ।

The post ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା… appeared first on Dharitri Odia News.