ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ…
ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ମାନବିକ ସଙ୍କଟକୁ ଗ୍ରହଣ କରାଯାଇପାରିବ ନାହିଁ। କାମ୍ବୋଜ କହିଛନ୍ତି ଆତଙ୍କବାଦ ପ୍ରତି ଭାରତରେ ଶୂନ୍ୟ ସହନଶୀଳତା ରହିଛି। ସୂଚନାଯୋଗ୍ୟ,ଏହି ଯୁଦ୍ଧରେ ଇସ୍ରାଏଲ ଏବଂ ଗାଜାର ସାଧାରଣ […] The post ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ… appeared first on Dharitri Odia News.
ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ମାନବିକ ସଙ୍କଟକୁ ଗ୍ରହଣ କରାଯାଇପାରିବ ନାହିଁ। କାମ୍ବୋଜ କହିଛନ୍ତି ଆତଙ୍କବାଦ ପ୍ରତି ଭାରତରେ ଶୂନ୍ୟ ସହନଶୀଳତା ରହିଛି।
ସୂଚନାଯୋଗ୍ୟ,ଏହି ଯୁଦ୍ଧରେ ଇସ୍ରାଏଲ ଏବଂ ଗାଜାର ସାଧାରଣ ନାଗରିକ ବିଶେଷକରି ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେଉଁ କାରଣରୁ ଏକ ବିପଦପୂର୍ଣ୍ଣ ମାନବିକ ସଙ୍କଟ ଦେଖାଦେଇଛି। ଅକ୍ଟୋବର ୭ ରେ, ଗାଜାର ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରିଥିଲା, ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ହମାସ ଶିବିରଗୁଡିକ ଉପରେ ଆକ୍ରମଣ କରିଥିଲା। ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ସାଧାରଣ ନାଗରିକମାନେ ବହୁ କଷ୍ଟ ଭୋଗୁଛନ୍ତି।
ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ମିଳିତ ଜାତିସଂଘ ସାଧାରଣ ସଭାରେ ରୁଚିରା କାମ୍ବୋଜ ଗାଜାରେ ମାନବିକ ସହାୟତା ବୃଦ୍ଧି ପାଇଁ ଭାରତର ଉଦ୍ୟମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ନେତୃତ୍ୱ ଇସ୍ରାଏଲ ଏବଂ ପାଲେଷ୍ଟାଇନ ସମେତ ଏହି ଅଞ୍ଚଳର ନେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଗି-୨୦, ବ୍ରିକ୍ସ ପରି ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଆମେ ଆମର ମତ ପ୍ରକାଶ କରିଛୁ। ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ମାନବିକ ସହାୟତା ପ୍ରଦାନ କରିବାକୁ ଆମେ ବିଶ୍ୱକୁ ଆହ୍ବନ କରିଛୁ। ଆମେ ଆଶା କରୁଛୁ ସୁରକ୍ଷା ପରିଷଦ ମାନବିକ ସହାୟତା ବୃଦ୍ଧିରେ ସାହାଯ୍ୟ କରିବ। ଦୁଇ ରାଷ୍ଟ୍ରର ସିଦ୍ଧାନ୍ତକୁ ଦୋହରାଇ ଭାରତର ସ୍ଥାୟୀ ପ୍ରତିନିଧୀ କହିଛନ୍ତି ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ହିଁ ଏକମାତ୍ର ମାର୍ଗ।
ଭାରତ ଏପର୍ଯ୍ୟନ୍ତ ଦୁଇଟି ଟ୍ରାନ୍ସରେ ପାଲେଷ୍ଟାଇନୀୟମାନଙ୍କୁ ୧୬.୫ ଟନ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ସମେତ ୭୦ଟନ ମାନବିକ ସହାୟତା ଯୋଗାଇ ଦେଇଛି। ମିଳିତ ଜାତିସଂଘ ରିଲିଫ ଏବଂ ୱାର୍କସ ଏଜେନ୍ସି ଦ୍ୱାରା ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଭାରତ ସମର୍ଥନ କରିବ। ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ସେବା, ରିଲିଫ ଏବଂ ସାମାଜିକ ସେବା ପାଇଁ ଏଜେନ୍ସି କ୍ରମାଗତ ଭାବରେ କାର୍ଯ୍ୟ କରୁଛି।
The post ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ… appeared first on Dharitri Odia News.