ରାଗିଗଲେ ମମତା, ନୀତି ଆୟୋଗ ବୈଠକ ଛାଡି ମଝିରୁ ପଳାଇଲେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ଭାଜପା ଶାସିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଛନ୍ତି। ହେଲେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, ମମତା ବୈଠକ ମଝିରୁ ଉଠିକି ପଳାଇଯାଇଛନ୍ତି। କେବଳ ଏତିକି ନୁହେଁ ମମତା କହିଛନ୍ତି, ମୋତେ ବୈଠକରେ କିଛି କହିବାକୁ ଦିଆଯାଉନି। ଏହା କ’ଣ ଚାଲିଛି। ମମତା କହିଛନ୍ତି, କେନ୍ଦ୍ର ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି। […] The post ରାଗିଗଲେ ମମତା, ନୀତି ଆୟୋଗ ବୈଠକ ଛାଡି ମଝିରୁ ପଳାଇଲେ, ଜାଣନ୍ତୁ କାହିଁକି appeared first on Dharitri Odia News.

ରାଗିଗଲେ ମମତା, ନୀତି ଆୟୋଗ ବୈଠକ ଛାଡି ମଝିରୁ ପଳାଇଲେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ଭାଜପା ଶାସିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଛନ୍ତି। ହେଲେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, ମମତା ବୈଠକ ମଝିରୁ ଉଠିକି ପଳାଇଯାଇଛନ୍ତି। କେବଳ ଏତିକି ନୁହେଁ ମମତା କହିଛନ୍ତି, ମୋତେ ବୈଠକରେ କିଛି କହିବାକୁ ଦିଆଯାଉନି। ଏହା କ’ଣ ଚାଲିଛି।

ମମତା କହିଛନ୍ତି, କେନ୍ଦ୍ର ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ କହିଲି ରାଜ୍ୟ ସରକାରଙ୍କ ସହିତ ମତଭେଦ କରିବା ଉଚିତ୍‌ ନୁହେଁ। ମୁଁ କହିବାକୁ ଚାହୁଁଥିଲି ହେଲେ ମୋତେ ୫ ମିନିଟ୍‌ କହିବାକୁ ଦିଆଗଲା। ମୋ ପୂର୍ବରୁ ଆଉ ସମସ୍ତଙ୍କୁ ୧୦-୨୦ ମିନିଟ୍‌ ସମୟ ଦିଆଯାଉଥିଲା। ବିରୋଧୀ ପକ୍ଷରୁ ମୁଁ ଏକା ବୈଠକରେ ସାମିଲ ହୋଇଥିଲି। ହେଲେ ମୋତେ କହିବାକୁ ଦିଆଗଲାନି। ଏହା ଅପମାନଜନକ ବୋଲି ମମତା କହିଛନ୍ତି।

The post ରାଗିଗଲେ ମମତା, ନୀତି ଆୟୋଗ ବୈଠକ ଛାଡି ମଝିରୁ ପଳାଇଲେ, ଜାଣନ୍ତୁ କାହିଁକି appeared first on Dharitri Odia News.