ଭାଜପାରେ ମିଶିଲେ ପୂର୍ବତନ ବିଧାୟକ
ବୁଗୁଡ଼ା,୧୦ା୫(କାଳୀଚରଣ ଦାଶ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁକ୍ରବାର ବୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ବୁଗୁଡ଼ା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାଜପାର ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଦଳୀୟ ଉତ୍ତରୀୟ ପ୍ରଦାନ କରି ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରାଙ୍କୁ ଦଳରେ ସାମିଲ କରାଇଥିଲେ। ଏହି ମିଶ୍ରଣ ପର୍ବରେ ଗଙ୍ଗାଧର ନାୟକ, ହରେକୃଷ୍ଣ ସାହୁ, ବୀର ବିକ୍ରମାଦିତ୍ୟ ଆରୁଖ, ରାମଚନ୍ଦ୍ର […] The post ଭାଜପାରେ ମିଶିଲେ ପୂର୍ବତନ ବିଧାୟକ appeared first on Dharitri Odia News.
ବୁଗୁଡ଼ା,୧୦ା୫(କାଳୀଚରଣ ଦାଶ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁକ୍ରବାର ବୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ବୁଗୁଡ଼ା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାଜପାର ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଦଳୀୟ ଉତ୍ତରୀୟ ପ୍ରଦାନ କରି ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରାଙ୍କୁ ଦଳରେ ସାମିଲ କରାଇଥିଲେ। ଏହି ମିଶ୍ରଣ ପର୍ବରେ ଗଙ୍ଗାଧର ନାୟକ, ହରେକୃଷ୍ଣ ସାହୁ, ବୀର ବିକ୍ରମାଦିତ୍ୟ ଆରୁଖ, ରାମଚନ୍ଦ୍ର ବିଷୋୟୀ,ପଞ୍ଚାନନ ସାହୁ, ସନ୍ତୋଷ ବିଶ୍ୱାଳ, ଭାବଗ୍ରାହୀ ମହାନ୍ତି, କାର୍ତ୍ତିକ ମଙ୍ଗାଳ, କେଦାର ନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଭାଜପାର କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।
The post ଭାଜପାରେ ମିଶିଲେ ପୂର୍ବତନ ବିଧାୟକ appeared first on Dharitri Odia News.