ଘାତକ ହେଉଛି ସ୍କ୍ରବ୍ ଟାଇଫସ, ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ
ବୌଦ୍ଧ ୨୧/୦୯: ବୌଦ୍ଧ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ରେ ଆକ୍ରାନ୍ତ ପ୍ରଥମ ରୋଗୀ ଙ୍କ ମୃତ୍ୟୁ ହୋଇଛି। ମୃତକ କଣ୍ଟାମାଳ ବ୍ଲକ ବରଡିପଦର ଗ୍ରାମର ରମେଶ କୁମ୍ଭାର । ରମେଶ ବଲାଙ୍ଗୀର ଭୀମଭୋଇରେ ଚିକିତ୍ସା ହେଉଥିବା ବେଳେ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିଲା । ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବରଡିପଦର ଗ୍ରାମର ରମେଶ କୁମ୍ଭାର ଗତ ୧୧ ତାରିଖ ଦିନ ଅସୁସ୍ଥତା ଅନୁଭବ କରି କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ରିପୋର୍ଟ ରେ ସ୍କ୍ରବ୍ ଟାଇଫସ ରୁ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ରେ ଭର୍ତି ହୋଇଥିଲେ । ତେବେ ସେଠାରେ ତାଙ୍କର ଡେଙ୍ଗୁ ପରୀକ୍ଷା ଏବଂ ସ୍କ୍ରବ୍ ଟାଇଫସ ପରୀକ୍ଷା କରାଯାଇଥିଲା । ତେବେ ପଜେଟିଭ ଆସିଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ରେ ପ୍ରଥମ ରୋଗୀ ଚିହ୍ନଟ ହୋଇ ମୃତ୍ୟୁବରଣ କରିଥିବା ବେଳେ କଣ୍ଟାମାଳ ଅଞ୍ଚଳରେ ତଥା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି।
ବୌଦ୍ଧ ୨୧/୦୯: ବୌଦ୍ଧ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ରେ ଆକ୍ରାନ୍ତ ପ୍ରଥମ ରୋଗୀ ଙ୍କ ମୃତ୍ୟୁ ହୋଇଛି। ମୃତକ କଣ୍ଟାମାଳ ବ୍ଲକ ବରଡିପଦର ଗ୍ରାମର ରମେଶ କୁମ୍ଭାର । ରମେଶ ବଲାଙ୍ଗୀର ଭୀମଭୋଇରେ ଚିକିତ୍ସା ହେଉଥିବା ବେଳେ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିଲା । ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ବରଡିପଦର ଗ୍ରାମର ରମେଶ କୁମ୍ଭାର ଗତ ୧୧ ତାରିଖ ଦିନ ଅସୁସ୍ଥତା ଅନୁଭବ କରି କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ରିପୋର୍ଟ ରେ ସ୍କ୍ରବ୍ ଟାଇଫସ ରୁ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ରେ ଭର୍ତି ହୋଇଥିଲେ । ତେବେ ସେଠାରେ ତାଙ୍କର ଡେଙ୍ଗୁ ପରୀକ୍ଷା ଏବଂ ସ୍କ୍ରବ୍ ଟାଇଫସ ପରୀକ୍ଷା କରାଯାଇଥିଲା ।
ତେବେ ପଜେଟିଭ ଆସିଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ରେ ପ୍ରଥମ ରୋଗୀ ଚିହ୍ନଟ ହୋଇ ମୃତ୍ୟୁବରଣ କରିଥିବା ବେଳେ କଣ୍ଟାମାଳ ଅଞ୍ଚଳରେ ତଥା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି।