ସତର୍କ ନ ହେଲେ ବିପଦ: ଦ୍ରୁତ ବେଗରେ ପରମାଣୁର ଅସ୍ତ୍ର ବୃଦ୍ଧି କରୁଛି ଚୀନ…
ବେଜିଂ: ଚୀନ ଏବେ ଦ୍ରୁତ ବେଗରେ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଯାହାକୁ ନେଇ ପଡୋଶୀ ଦେଶ ସମେତ ଅନ୍ୟମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଷ୍ଟକହୋମ ଇଣ୍ଟରନ୍ୟାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ବର୍ଷକ ମଧ୍ୟରେ ଚୀନ ୯୦ ପରମାଣୁ ବୋମା ପ୍ରସ୍ତୁତ କରିଛି । ଏବେ ଚୀନ ନିକଟରେ ୫୦୦ ପରମାଣୁ ବୋମା ରହିଛି । ପୃଥିବୀର ଏବେ […]

ବେଜିଂ: ଚୀନ ଏବେ ଦ୍ରୁତ ବେଗରେ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଯାହାକୁ ନେଇ ପଡୋଶୀ ଦେଶ ସମେତ ଅନ୍ୟମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଷ୍ଟକହୋମ ଇଣ୍ଟରନ୍ୟାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ବର୍ଷକ ମଧ୍ୟରେ ଚୀନ ୯୦ ପରମାଣୁ ବୋମା ପ୍ରସ୍ତୁତ କରିଛି । ଏବେ ଚୀନ ନିକଟରେ ୫୦୦ ପରମାଣୁ ବୋମା ରହିଛି । ପୃଥିବୀର ଏବେ ବିଭିନ୍ନ ସ୍ଥାନରେ ୨୧୦୦ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ବାଲେଷ୍ଟିକ ମିସାଇଲ ନିୟୋଜିତ ହୋଇଛି । ଯାହାକି ଏକ ଚିନ୍ତାର କାରଣ ବୋଲି ବିବେଚନା କରାଯାଉଛି।
ଶୀତ ଯୁଦ୍ଧ ପରେ ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଦ୍ୱନ୍ଦ୍ୱୀତା ଧୀମା ପଡି ଯାଇଥିଲା। ଏବେ ଏହା ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଏବେ ବି ଆମେରିକା ପରମାଣୁ ବୋମା ପ୍ରସ୍ତୁତ କରିବାରେ ସବୁଠାରେ ଆଗରେ ରହିଛି । ୨୦୨୪ ବେଳକୁ ଆମେରିକା ନିକଟରେ ୫୦୪୪ ଓ ରୁଷ ପାଖରେ ୫୫୮୦ ପରମାଣୁ ବୋମା ରହିଛି। ରୁଷ-ୟୁକ୍ରେନ ଯୁଦ୍ଧ ପରେ ପରମାଣୁ ଅସ୍ତ୍ର ନିର୍ମାଣ ବଢ଼ିବାରେ ଲାଗିଛି । ଏବେଠାରୁ ସମସ୍ତ ଦେଶ ସତର୍କ ନ ହେଲେ ଆମେ ଏକ ବିପଦକୁ ଆମନ୍ତ୍ରଣ କରିବା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।