‘ମୋଦିଙ୍କ ନାମ ଜପିଲେ ଦିଅନ୍ତୁ ନାହିଁ ରାତିର ଖାଇବା’, କେଜରିଓ୍ବାଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୦।୩: ଭୋଟ ପାଇଁ ଭାବପ୍ରବଣତା ପ୍ରସଙ୍ଗରେ କୌଣସି ଦଳ ପଛରେ ନାହାଁନ୍ତି। ବର୍ତ୍ତମାନ ଧର୍ମ, ଅଞ୍ଚଳ, ଜାତି ଏବଂ ଶ୍ରେଣୀ ପରି ବିଭାଜନ ବୃଦ୍ଧି ତଥା ଭୋଟ ନାମରେ ଭାବନାକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ପାଦ ଆଗକୁ ଯାଇ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କଲେ ସ୍ବାମୀଙ୍କୁ ରାତ୍ରି ଭୋଜନ ନ ଦେବାକୁ କହିଛନ୍ତି। ଦିଲ୍ଲୀରେ ‘ମହିଳା ସମ୍ମାନ ସମାରୋହ’ ଶୀର୍ଷକ […] The post ‘ମୋଦିଙ୍କ ନାମ ଜପିଲେ ଦିଅନ୍ତୁ ନାହିଁ ରାତିର ଖାଇବା’, କେଜରିଓ୍ବାଲଙ୍କ ବିବାଦୀୟ ବୟାନ appeared first on Dharitri Odia News.

‘ମୋଦିଙ୍କ ନାମ ଜପିଲେ ଦିଅନ୍ତୁ ନାହିଁ ରାତିର ଖାଇବା’, କେଜରିଓ୍ବାଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୦।୩: ଭୋଟ ପାଇଁ ଭାବପ୍ରବଣତା ପ୍ରସଙ୍ଗରେ କୌଣସି ଦଳ ପଛରେ ନାହାଁନ୍ତି। ବର୍ତ୍ତମାନ ଧର୍ମ, ଅଞ୍ଚଳ, ଜାତି ଏବଂ ଶ୍ରେଣୀ ପରି ବିଭାଜନ ବୃଦ୍ଧି ତଥା ଭୋଟ ନାମରେ ଭାବନାକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ପାଦ ଆଗକୁ ଯାଇ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କଲେ ସ୍ବାମୀଙ୍କୁ ରାତ୍ରି ଭୋଜନ ନ ଦେବାକୁ କହିଛନ୍ତି। ଦିଲ୍ଲୀରେ ‘ମହିଳା ସମ୍ମାନ ସମାରୋହ’ ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଜରିୱାଲ କହିଛନ୍ତି ଯେ ଅନେକ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଜପ କରୁଛନ୍ତି, କିନ୍ତୁ ଆପଣଙ୍କୁ ଏହାକୁ ସଂଶୋଧନ କରିବାକୁ ପଡିବ। ଯଦି ଆପଣଙ୍କ ସ୍ବାମୀ ମୋଦିଙ୍କ ନାମ ଜପ କରନ୍ତି, ତେବେ ତାଙ୍କୁ କୁହ ଯେ ତୁମେ ତାଙ୍କୁ ରାତ୍ରି ଭୋଜନ ଦେବ ନାହିଁ।
ଦିଲ୍ଲୀ ସରକାର୨୦୨୪-୨୫ବଜେଟରେ ୧୮ବର୍ଷରୁ ଅଧିକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରିବାକୁ ଯୋଜନା ଘୋଷଣା କରିବା ପରେ ମହିଳାମାନଙ୍କ ସହ ଯୋଗାଯୋଗ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅରବିନ୍ଦ କେଜରିୱାଲ ମହିଳାମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶପଥ ନେବାକୁ କହିଥିଲେ ଯେ ସେମାନେ ତାଙ୍କୁ ଏବଂ ଆମ ଆଦମୀ ପାର୍ଟିକୁ ସମର୍ଥନ କରିବେ। ଭାଜପାକୁ ସମର୍ଥନ କରୁଥିବା ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେ କହିଛନ୍ତି ଯେ କେବଳ ଆପଣଙ୍କ ଭାଇ କେଜରିୱାଲ ଆପଣଙ୍କ ସହ ଠିଆ ହେବେ।

The post ‘ମୋଦିଙ୍କ ନାମ ଜପିଲେ ଦିଅନ୍ତୁ ନାହିଁ ରାତିର ଖାଇବା’, କେଜରିଓ୍ବାଲଙ୍କ ବିବାଦୀୟ ବୟାନ appeared first on Dharitri Odia News.