ଭର୍ଚୁଆଲି ହାଜର ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଅଭିଯୁକ୍ତ କଥିତ ଅବକାରୀ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ସେ କୋର୍ଟରେ ହାଜର ହୋଇଥିଲେ। କେଜରିୱାଲଙ୍କ ଓକିଲ ହାଜର ହେବା ପାଇଁ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଫେବୃଆରୀ ୧୭ରେ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ମଦ ନୀତି […] The post ଭର୍ଚୁଆଲି ହାଜର ହେଲେ କେଜରିଓ୍ବାଲ appeared first on Dharitri Odia News.

ଭର୍ଚୁଆଲି ହାଜର ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଅଭିଯୁକ୍ତ କଥିତ ଅବକାରୀ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ସେ କୋର୍ଟରେ ହାଜର ହୋଇଥିଲେ। କେଜରିୱାଲଙ୍କ ଓକିଲ ହାଜର ହେବା ପାଇଁ ଆବେଦନ କରିଥିଲେ।
ସୂଚନାଯୋଗ୍ୟ, ଫେବୃଆରୀ ୧୭ରେ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି କରାଯାଇଥିବା ପାଞ୍ଚଟି ସମନର ସେ କାହିଁକି ଉତ୍ତର ଦେଇନାହାଁନ୍ତି ଏ ସମ୍ପର୍କରେ ସେ କୋର୍ଟରେ ଉତ୍ତର ଦେବେ। ଅରବିନ୍ଦ କେଜରିୱାଲ କୋର୍ଟରେ ହାଜର ନ ହେବାର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ବଜେଟ ଆସିଯିବା କାରଣରୁ ସେ ହାଜର ହେଉନାହାଁନ୍ତି।
ସେ କହିଛନ୍ତି,‘ମୁଁ ଆସିବାକୁ ଚାହୁଁଥିଲି, କିନ୍ତୁ ବଜେଟ ଆସିଗଲା, କୋର୍ଟ ଯାହା ତାରିଖ ଦେବେ, ମୁଁ ଆସିବି।’ ଇଡି ଏହାକୁ ବିରୋଧ କରିନଥିଲେ। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ରାଉଜ ଆଭେନ୍ୟୁ କୋର୍ଟରେ ଅନୁଷ୍ଠିତ ହେବ ଯେଉଁଥିରେ କେଜରିୱାଲ ସକାଳ ୧୦ଟାରେ ହାଜର ହେବେ। ସୂଚନାଯୋଗ୍ୟ, ଦିଲ୍ଲୀ ଲିକର ପଲିସି ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜରିୱାଲଙ୍କ ନିକଟକୁ ପାଞ୍ଚଟି ସମନ ପଠାଇଛି, କିନ୍ତୁ ସେ ଥରେ ବି ଇଡି କାର୍ଯ୍ୟାଳୟରେ ପହଞ୍ଚି ନଥିଲେ। ବର୍ତ୍ତମାନ ଇଡି ତାଙ୍କୁ ଷଷ୍ଠ ସମନ ପଠାଇଥିଲା। ଏହା ପରେ ଆଜି ଅର୍ଥାତ୍‌ ଶନିବାର ସେ ଭିସି ମାଧ୍ୟମରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ।

The post ଭର୍ଚୁଆଲି ହାଜର ହେଲେ କେଜରିଓ୍ବାଲ appeared first on Dharitri Odia News.