ଅଡୁଆରେ IAS ବିଷ୍ଣୁପଦ ସେଠୀ । ସରକାରୀ କ୍ୱାର୍ଟର୍ସରେ ସିବିଆଇ ରେଡ୍
କନକ ବ୍ୟୁରୋ: ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି ସିବିଆଇ। ପାଖାପାଖି ଦୁଇ ମାସ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି ସିବିଆଇର ୮ଜଣିଆ ଟିମ୍। ବିଷ୍ଣୁପଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। ସିବିଆଇ ଅଧିକାରୀ-ବିଷ୍ଣୁପଦ ମୁହାଁମୁହିଁ ଖେଳିଲେ ଦଳିତ କାର୍ଡ ଆତ୍ମହତ୍ୟାର ଦେଲେ ଧମକ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ଅଧିକାରୀ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିବା ପରେ, ଦେଖିବାକୁ ମିଳିଥିଲା ହାଇଡ୍ରାମା। ଗଣମାଧ୍ୟମ କ୍ୟାମେରା ସାମନାରେ ବିଷ୍ଣୁପଦ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲେ। ବିଷ୍ଣୁପଦ ଦଳିତ କାର୍ଡ ଖେଳିବା ସହ ସେ କୌଣସି ଦୁର୍ନୀତି କରିନାହାନ୍ତି ବୋଲି କହିଛନ୍ତି। ଏଥିସହ ବିନା ଏଫଆଇଆରରେ ସିବିଆଇ ଚଢ଼ାଉ କରିଥିବା ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସପୋର୍ଟ ଦେବାକୁ ଆଗେଇ ଆସିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତରେ ସହଯୋଗ କରିବାକୁ ବିଷ୍ଣୁଙ୍କୁ ଅପିଲ କରିଛନ୍ତି ସିବିଆଇ ଅଧିକାରୀ। ଏସବୁ ଭିତରେ ବିଷ୍ଣୁ ସେଠୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ତାଙ୍କୁ ନ ଜଣାଇ ତାଙ୍କ ବାସଭବନରେ ସିବିଆଇ ଅଚାନକ ରେଡ୍ କରିଥିବା ଦର୍ଶାଇଛନ୍ତି। ଏପରିକି ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ମଧ୍ୟ ଉଲେଖ କରିଛନ୍ତି ବିଷ୍ଣୁ। ରାଷ୍ଟ୍ର
କନକ ବ୍ୟୁରୋ: ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି ସିବିଆଇ। ପାଖାପାଖି ଦୁଇ ମାସ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି ସିବିଆଇର ୮ଜଣିଆ ଟିମ୍। ବିଷ୍ଣୁପଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି।
- ସିବିଆଇ ଅଧିକାରୀ-ବିଷ୍ଣୁପଦ ମୁହାଁମୁହିଁ
- ଖେଳିଲେ ଦଳିତ କାର୍ଡ
- ଆତ୍ମହତ୍ୟାର ଦେଲେ ଧମକ
ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ଅଧିକାରୀ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିବା ପରେ, ଦେଖିବାକୁ ମିଳିଥିଲା ହାଇଡ୍ରାମା। ଗଣମାଧ୍ୟମ କ୍ୟାମେରା ସାମନାରେ ବିଷ୍ଣୁପଦ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲେ। ବିଷ୍ଣୁପଦ ଦଳିତ କାର୍ଡ ଖେଳିବା ସହ ସେ କୌଣସି ଦୁର୍ନୀତି କରିନାହାନ୍ତି ବୋଲି କହିଛନ୍ତି। ଏଥିସହ ବିନା ଏଫଆଇଆରରେ ସିବିଆଇ ଚଢ଼ାଉ କରିଥିବା ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସପୋର୍ଟ ଦେବାକୁ ଆଗେଇ ଆସିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତରେ ସହଯୋଗ କରିବାକୁ ବିଷ୍ଣୁଙ୍କୁ ଅପିଲ କରିଛନ୍ତି ସିବିଆଇ ଅଧିକାରୀ।
ଏସବୁ ଭିତରେ ବିଷ୍ଣୁ ସେଠୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ତାଙ୍କୁ ନ ଜଣାଇ ତାଙ୍କ ବାସଭବନରେ ସିବିଆଇ ଅଚାନକ ରେଡ୍ କରିଥିବା ଦର୍ଶାଇଛନ୍ତି। ଏପରିକି ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ମଧ୍ୟ ଉଲେଖ କରିଛନ୍ତି ବିଷ୍ଣୁ। ରାଷ୍ଟ୍ର ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ଡିସେମ୍ବର ମାସରେ ବିଷ୍ଣୁଙ୍କୁ ସମନ କରିଥିଲା ସିବିଆଇ ।