ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନିମନ୍ତେ ଏମ୍‌ଓୟୁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବାବେଳେ ଥିମ୍ଫୁରେ ସେ ଓ ତାଙ୍କ ଭୁଟାନ ପ୍ରତିପକ୍ଷ ଶେରିଙ୍ଗ୍‌ ଟୋବ୍‌ଗେଙ୍କ ଉପସ୍ଥିତିରେ ଏମ୍‌ଓୟୁ […] The post ଭାରତ-ଭୁଟାନ ଟ୍ରେନ୍‌ ଚାଲିବ appeared first on Dharitri Odia News.

ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନିମନ୍ତେ ଏମ୍‌ଓୟୁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବାବେଳେ ଥିମ୍ଫୁରେ ସେ ଓ ତାଙ୍କ ଭୁଟାନ ପ୍ରତିପକ୍ଷ ଶେରିଙ୍ଗ୍‌ ଟୋବ୍‌ଗେଙ୍କ ଉପସ୍ଥିତିରେ ଏମ୍‌ଓୟୁ ବିନିମୟ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପୁନଃନବୀକରଣଯୋଗ୍ୟ ଶକ୍ତି, କୃଷି, ଯୁବ ବିନିମୟ, ପରିବେଶ, ଜଙ୍ଗଲ ଓ ପର୍ଯ୍ୟଟନ ଆଦି ବିଭିନ୍ନ ସେକ୍ଟରରେ ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ଉଭୟ ନେତା ଅନୁଭବ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁକ୍ରବାର ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଦି ଡ୍ରୁକ୍‌ ଗ୍ୟାଲ୍‌ପୋ’ରେ ସମ୍ମାନିତ କରାଯାଇଛି। ଏଭଳି ସମ୍ମାନ ପାଇବାରେ ମୋଦି ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ। ଭାରତ-ଭୁଟାନ ସମ୍ପର୍କ ବଢ଼ାଇବାରେ ମୋଦିଙ୍କ ଉଲ୍ଲେଖନୀୟ ଅବଦାନ ଏବଂ ଭୁଟାନ ଓ ଏହାର ଜନସାଧାରଣଙ୍କୁ ଉଲ୍ଲେଖନୀୟ ସେବାର ସ୍ବୀକୃତି ସ୍ବରୂପ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନକୁ ସେ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରିଥିବା ମୋଦି ଏକ୍ସ’ରେ ପୋଷ୍ଟ କରିଛନ୍ତି।

The post ଭାରତ-ଭୁଟାନ ଟ୍ରେନ୍‌ ଚାଲିବ appeared first on Dharitri Odia News.