ଫେରସ୍ତ ହେଲା ନ୍ୟାସନାଲ ଆୱାର୍ଡ

ଦକ୍ଷିଣ ଏବଂ ହିନ୍ଦୀ ଫିଲ୍ମ କୋରିଓଗ୍ରାଫର ଜନି ମାଷ୍ଟରଙ୍କ ବଢ଼ିଲା ଅଡୁଆ । ଶ୍ରଦ୍ଧା କପୁର ଏବଂ ରାଜ କୁମାର ରାଓ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ରେ ତାଙ୍କୁ ମିଳିଥିବା ‘ବେଷ୍ଟ କୋରିଓଗ୍ରାଫି’ ନ୍ୟାସନାଲ ଆୱାର୍ଡକୁ ଫେରାଇ ନେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ‘ମେଘମ କାରୁକଥା’ ଗୀତ ପାଇଁ ‘ଶ୍ରେଷ୍ଠ କୋରିଓଗ୍ରାଫି ‘ରେ ଜନି ମାଷ୍ଟରଙ୍କୁମିଳିଥିଲା ଏହି ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବିବୃତ୍ତି ଜାରି […]

ଫେରସ୍ତ ହେଲା ନ୍ୟାସନାଲ ଆୱାର୍ଡ
ନ୍ୟାସନାଲ ଆୱାର୍ଡ ଫେରସ୍ତ

ଦକ୍ଷିଣ ଏବଂ ହିନ୍ଦୀ ଫିଲ୍ମ କୋରିଓଗ୍ରାଫର ଜନି ମାଷ୍ଟରଙ୍କ ବଢ଼ିଲା ଅଡୁଆ । ଶ୍ରଦ୍ଧା କପୁର ଏବଂ ରାଜ କୁମାର ରାଓ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ରେ ତାଙ୍କୁ ମିଳିଥିବା ‘ବେଷ୍ଟ କୋରିଓଗ୍ରାଫି’ ନ୍ୟାସନାଲ ଆୱାର୍ଡକୁ ଫେରାଇ ନେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ‘ମେଘମ କାରୁକଥା’ ଗୀତ ପାଇଁ ‘ଶ୍ରେଷ୍ଠ କୋରିଓଗ୍ରାଫି ‘ରେ ଜନି ମାଷ୍ଟରଙ୍କୁମିଳିଥିଲା ଏହି ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବିବୃତ୍ତି ଜାରି କରି ଘୋଷଣା କରିଛି ଯେ ଜନି ମାଷ୍ଟରଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ ରଖାଯାଇଛି । ଏହା ବ୍ୟତୀତ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ଜନି ମାଷ୍ଟରଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ମଧ୍ୟ ବାତିଲ କରାଯାଇଛି । ସେ ଏହି ସେରିମନିରେ ମଧ୍ୟ ଅଂଶ ଗ୍ରହଣ କରିପାରିବେ ନାହିଁ । ଜନି ମାଷ୍ଟର ୧୯ ସେପ୍ଟେମ୍ବରରୁ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଅଛନ୍ତି ।