ନାବାଳିକା ଦୁଷ୍କର୍ମ ଘଟଣାରେ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ
ଯାଜପୁର : ୧୬ବର୍ଷୀୟ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଘଟଣା ରେ ତିନି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡ-ହକ ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୦ ମସିହା ସୁକିନ୍ଦା ଥାନା ଅଞ୍ଚଳର ୧୬ବର୍ଷୀୟ କଲେଜ ପଢୁଆ ନାବାଳିକାଙ୍କ ଘରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଅଞ୍ଚଳର ଭଗବାନ ମହାରଣା କାଠ କାମ କରୁଥିଲେ। ସମୟକ୍ରମେ ଭଗବାନ ନାବାଳିକାକୁ ଅପହରଣ କରି ସୁକିନ୍ଦା ଥାନା କେନ୍ଦୁଡିପି ଅଞ୍ଚଳର […] The post ନାବାଳିକା ଦୁଷ୍କର୍ମ ଘଟଣାରେ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ appeared first on KNews Odisha.

ଯାଜପୁର : ୧୬ବର୍ଷୀୟ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଘଟଣା ରେ ତିନି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡ-ହକ ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୦ ମସିହା ସୁକିନ୍ଦା ଥାନା ଅଞ୍ଚଳର ୧୬ବର୍ଷୀୟ କଲେଜ ପଢୁଆ ନାବାଳିକାଙ୍କ ଘରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଅଞ୍ଚଳର ଭଗବାନ ମହାରଣା କାଠ କାମ କରୁଥିଲେ।
ସମୟକ୍ରମେ ଭଗବାନ ନାବାଳିକାକୁ ଅପହରଣ କରି ସୁକିନ୍ଦା ଥାନା କେନ୍ଦୁଡିପି ଅଞ୍ଚଳର ପୁନମ ଅଗ୍ରୱାଲଙ୍କ ଘରେ ରଖି ଜୋର ଜବରଦସ୍ତ ଅନୈତିକ ସଂପର୍କ ସ୍ଥାପନ କରିଥିଲେ । ପରବର୍ତ୍ତି ସମୟରେ ନାବାଳିକାକୁ ସେଠାରୁ ନେଇ ଜବରଦସ୍ତ ବିବାହ କରି ଭଦ୍ରକ ଭଣ୍ଡାରୀପୋଖରୀ ଥାନା ନିରାକାର ପାଣିଗ୍ରାହୀଙ୍କ ଘରେ ରଖି ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ସଂପୃକ୍ତ ନାବାଳିକାଙ୍କ ପରିବାର ବର୍ଗ ସୁକିନ୍ଦା ଥାନା ରେ ଝିଅ ର ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ପୋଲିସ ଭଦ୍ରକରୁ ନାବାଳିକାକୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ୨୦ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ତିନି ଜଣ ଅଭିଯକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୩ ହଜାର ଲେଖାଏଁ ଜରିମାନା ରାୟ ଶୁଣାଇଛନ୍ତି ଆଡ-ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଶରତ କୁମାର ଦେଉରି। ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ପାର୍ଥ ସାରଥୀ ରାୟ ପରିଚାଳନା କରିଥିଲେ l
The post ନାବାଳିକା ଦୁଷ୍କର୍ମ ଘଟଣାରେ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ appeared first on KNews Odisha.