ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ
ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର ପ୍ରଥମ ମ୍ୟାଚ ଖେଳିବାକୁ ସକ୍ଷମ ହେବେ ନାହିଁ। ଗତ ମ୍ୟାଚରେ ଲକ୍ଷୌ୍ନ ସୁପର ଜିଆଣ୍ଟସ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ମନ୍ଥର ଗତି ହେତୁ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଛି। ମୁମ୍ବାଇକୁ ଏହି ମ୍ୟାଚକୁ ୧୮ ରନରେ ହାରିଇବାକୁ ପଡିଥିଲା। ଲକ୍ଷୌ୍ନ ଦଳ […] The post ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ appeared first on Dharitri Odia News.
ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର ପ୍ରଥମ ମ୍ୟାଚ ଖେଳିବାକୁ ସକ୍ଷମ ହେବେ ନାହିଁ। ଗତ ମ୍ୟାଚରେ ଲକ୍ଷୌ୍ନ ସୁପର ଜିଆଣ୍ଟସ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ମନ୍ଥର ଗତି ହେତୁ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଛି। ମୁମ୍ବାଇକୁ ଏହି ମ୍ୟାଚକୁ ୧୮ ରନରେ ହାରିଇବାକୁ ପଡିଥିଲା।
ଲକ୍ଷୌ୍ନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ସେ ୨୦ ଓଭରରେ ୨୧୪ ରନ ସଂଗ୍ରହ କରି ୬ ଉଇକେଟ ହରାଇଥିଲେ। ଏହି ସମୟ ମଧ୍ୟରେ ନିକୋଲାସ ପୁରାଣ ୭୫ ରନ୍ର ବିସ୍ଫୋରକ ଖେଳିଥିଲେ। ସେ ୨୯ ବଲରେ ୮ଟି ଛକା ଓ ୫ ଚୌକା ମାରିଥିଲେ। କେଏଲ ରାହୁଲ ୫୫ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ମନ୍ଥର ଓଭର ହେତୁ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା। ଏହି ସିଜିନ୍ରେ ମୁମ୍ବାଇର ଏହା ଶେଷ ମ୍ୟାଚ ଥିଲା। ଏହି କାରଣରୁ ପାଣ୍ଡ୍ୟା ଆସନ୍ତା ସିଜିନର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ। ଟାର୍ଗେଟ୍କୁ ପିଛା କରି ମୁମ୍ବାଇ ଦଳ ୨୦ ଓଭରରେ ମାତ୍ର ୧୯୬ ରନ ସ୍କୋର କରିପାରିଥିଲା।
The post ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ appeared first on Dharitri Odia News.