ଅଜଣା ଯୁବକଙ୍କ ମୃତଦେହ ଠାବ, ପଥରରେ ପଡିଛି ରକ୍ତର ଛିଟା

ଉମରକୋଟ ୦୬।୦୮ :  ପୋଲ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଠାବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସି ନଦୀ ପୋଲ ନିକଟରୁ ଠାବ ହୋଇଛି ଏହି ମୃତଦେହ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, କୁର୍ସି ନଦୀ ପୋଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଉମରକୋଟ ପୋଲିସକୁ ଖବର ଦେଇଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ମୃତଦେହ ପାଖରେ ଥିବା ପଥରରେ ରକ୍ତ ଛିଟା ଲାଗିଥିବାରୁ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ସେହିପରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 

ଅଜଣା ଯୁବକଙ୍କ ମୃତଦେହ ଠାବ, ପଥରରେ ପଡିଛି ରକ୍ତର ଛିଟା

ଉମରକୋଟ ୦୬।୦୮ :  ପୋଲ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଠାବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସି ନଦୀ ପୋଲ ନିକଟରୁ ଠାବ ହୋଇଛି ଏହି ମୃତଦେହ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, କୁର୍ସି ନଦୀ ପୋଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଉମରକୋଟ ପୋଲିସକୁ ଖବର ଦେଇଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ମୃତଦେହ ପାଖରେ ଥିବା ପଥରରେ ରକ୍ତ ଛିଟା ଲାଗିଥିବାରୁ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ସେହିପରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।