ଆଲୁମିନିୟମ ପାଉଡ଼ର ବୋଝେଇ ପିକଅପ ଜବତ, ୨ କୋର୍ଟ ଚାଲାଣ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପୁଲିସର ପେଟ୍ରୋଲିଂ ଟିମକୁ ମିଳିଛି ଏକ ବଡ଼ ଧରଣର ସଫଳତା। ବେଦାନ୍ତ ଲିମିଟେଡରୁ ଉତ୍ପାଦିତ ଆଲୁମିନିୟମ ପାଉଡ଼ର ଚୋରି କରି ଏକ ପିକଅପ ଯୋଗେ ଚୋରାଚାଲାଣ ହେଉଥିବା ଖବର ପାଇ ପେଟ୍ରୋଲିଂ ଟିମ ଚଢ଼ାଉ କରିଥିଲା। ଏହି ସମୟରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ବୋଝେଇ ହୋଇଥିବା ୨୧୪୭ କିଲୋଗ୍ରାମ ଆଲୁମିନିୟମ ପାଉଡ଼ର ସହିତ ଦୁଇଜଣଙ୍କୁ କାବୁ କରାଯାଇଥିଲା। ସେ ଦୁହେଁ ଆଲୁମିନିୟମ ପାଉଡ଼ର ଚୋରାଚାଲାଣ କରୁଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ […]

ଆଲୁମିନିୟମ ପାଉଡ଼ର ବୋଝେଇ ପିକଅପ ଜବତ, ୨ କୋର୍ଟ ଚାଲାଣ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପୁଲିସର ପେଟ୍ରୋଲିଂ ଟିମକୁ ମିଳିଛି ଏକ ବଡ଼ ଧରଣର ସଫଳତା। ବେଦାନ୍ତ ଲିମିଟେଡରୁ ଉତ୍ପାଦିତ ଆଲୁମିନିୟମ ପାଉଡ଼ର ଚୋରି କରି ଏକ ପିକଅପ ଯୋଗେ ଚୋରାଚାଲାଣ ହେଉଥିବା ଖବର ପାଇ ପେଟ୍ରୋଲିଂ ଟିମ ଚଢ଼ାଉ କରିଥିଲା। ଏହି ସମୟରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ବୋଝେଇ ହୋଇଥିବା ୨୧୪୭ କିଲୋଗ୍ରାମ ଆଲୁମିନିୟମ ପାଉଡ଼ର ସହିତ ଦୁଇଜଣଙ୍କୁ କାବୁ କରାଯାଇଥିଲା। ସେ ଦୁହେଁ ଆଲୁମିନିୟମ ପାଉଡ଼ର ଚୋରାଚାଲାଣ କରୁଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ବୋଲେରୋ ପିକଅପକୁ ଜବତ କରି ଥାନାକୁ ଅଣାଯାଇଥିଲା। ଏନେଇ ଲାଞ୍ଜିଗଡ ଥାନା କେସ ନଂ ୦୧/୨୦୨୫ ରୁଜୁ କରାଯାଇ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ମାଲିସିରା ଗାଁର ରଞ୍ଜିତ ଘିଭେଲା ଓ ରାୟଗଡ଼ା ଜିଲ୍ଲା ଜେକେ ପୁର ଥାନା ଚାନ୍ଦିଲିର ଚନ୍ଦ୍ର କୌଶଲ୍ୟାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।