ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ
ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ ବଗିଟି ସମ୍ବଲପୁର ସିଟି ଷ୍ଟେଶନରେ ଗୁରୁବାର ସକାଳେ ପହଞ୍ଚିଥିଲା। ଏହି ଷ୍ଟେଶନ ଛାଡ଼ିବା କ୍ଷଣି ଗୁରୁବାର ସକାଳ ୯ଟା ୧୮ରୁ ୯ଟା ୨୨ ମଧ୍ୟରେ ସିଟି ଷ୍ଟେଶନର ଅନତି ଦୂର ସଙ୍କର୍ମା ଅଣ୍ଡରପାସ ନିକଟରେ […] The post ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ appeared first on Dharitri Odia News.
ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ ବଗିଟି ସମ୍ବଲପୁର ସିଟି ଷ୍ଟେଶନରେ ଗୁରୁବାର ସକାଳେ ପହଞ୍ଚିଥିଲା। ଏହି ଷ୍ଟେଶନ ଛାଡ଼ିବା କ୍ଷଣି ଗୁରୁବାର ସକାଳ ୯ଟା ୧୮ରୁ ୯ଟା ୨୨ ମଧ୍ୟରେ ସିଟି ଷ୍ଟେଶନର ଅନତି ଦୂର ସଙ୍କର୍ମା ଅଣ୍ଡରପାସ ନିକଟରେ ଟ୍ରେନ୍ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ତେବେ ଟ୍ରେନ୍ଟି ଗତି ମନ୍ଥର ଥିବାରୁ ବଗି ଲାଇନଚ୍ୟୁତ ହୋଇ ମଧ୍ୟ ଉକ୍ତ ଟ୍ରେନ୍ଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି।
ଅପରପକ୍ଷରେ ଦୁର୍ଘଟଣାଗ୍ରସ୍ତ ଶେଷ ୨ଟି ବଗିକୁ ଛାଡ଼ି ଯାତ୍ରୀମାନଙ୍କୁ ନେଇ ଅବଶିଷ୍ଟ ବଗି ସହ ଟ୍ରେନ୍ଟି ସମ୍ବଲପୁର ଜଙ୍କସନ ଷ୍ଟେଶନ ଚାଲିଯାଇଛି। ସେହିପରି ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ଏହି ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଲାଇନଚ୍ୟୁତ ବଗି ସହିତ ରେଳ ଲାଇନର ମରାମତି କାର୍ ଚାଲିଛି। ଖୁବ୍ଶୀଘ୍ର ଲାଇନ କ୍ଲିୟର ହୋଇ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ।
The post ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ appeared first on Dharitri Odia News.