ସେପ୍ଟେମ୍ବର ୧ରୁ ନୂଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ବାର୍‌

ଭୁବନେଶ୍ବର: ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ଆସନ୍ତା ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନୀତି । ଏହି ନିୟମ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ନୀତି ଅନୁଯାୟୀ, ଏଣିକି ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଛି। ତେବେ ବିଜ୍ଞପ୍ତି ଅନୁଯାୟୀ, ଗ୍ରାମାଞ୍ଚଳରେ ନୂଆ ମଦ ବାର୍‌ ଖୋଲିବ ନାହିଁ। କେବଳ ତିନି ତାରକା ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ବେଳାଭୂମିରେ ମଦ କ୍ୟାବିନ ଖୋଲିବାକୁ ଅନୁମତି ଦେବ ପର୍ଯ୍ୟଟନ ବିଭାଗ। ବେଳାଭୂମି ମଦ କ୍ୟାବିନ୍‌ର ବାର୍ଷିକ ଲାଇସେନ୍ସ ଫ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ନୂଆ ଅବକାରୀ ନୀତି ଅନୁଯାୟୀ, ଡ୍ୟାନ୍ସ ବାର୍ ଚାଲିବ ନାହିଁ। ବାର୍‌ ଗୁଡ଼ିକ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। 

ସେପ୍ଟେମ୍ବର ୧ରୁ ନୂଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ବାର୍‌

ଭୁବନେଶ୍ବର: ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ଆସନ୍ତା ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନୀତି । ଏହି ନିୟମ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ନୀତି ଅନୁଯାୟୀ, ଏଣିକି ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଛି। 

ତେବେ ବିଜ୍ଞପ୍ତି ଅନୁଯାୟୀ, ଗ୍ରାମାଞ୍ଚଳରେ ନୂଆ ମଦ ବାର୍‌ ଖୋଲିବ ନାହିଁ। କେବଳ ତିନି ତାରକା ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ବେଳାଭୂମିରେ ମଦ କ୍ୟାବିନ ଖୋଲିବାକୁ ଅନୁମତି ଦେବ ପର୍ଯ୍ୟଟନ ବିଭାଗ। ବେଳାଭୂମି ମଦ କ୍ୟାବିନ୍‌ର ବାର୍ଷିକ ଲାଇସେନ୍ସ ଫ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। 

ସେହିପରି ନୂଆ ଅବକାରୀ ନୀତି ଅନୁଯାୟୀ, ଡ୍ୟାନ୍ସ ବାର୍ ଚାଲିବ ନାହିଁ। ବାର୍‌ ଗୁଡ଼ିକ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି।