ସୋମବାର ରାଶିଫଳ (୦୨-୧୨-୨୦୨୪)
ମେଷ: ଦିନଟି ଭଲରେ କଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। କଥାରେ ମଧୁରତା ରଖୀବେ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଘରେ ପୂଜାପାଠ ଆୟୋଜନ କରିବେ। ମିଥୁନ: ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଧନ ବ୍ୟୟର ଯୋଗ ରହିଛି। […]

ମେଷ: ଦିନଟି ଭଲରେ କଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। କଥାରେ ମଧୁରତା ରଖୀବେ।
ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଘରେ ପୂଜାପାଠ ଆୟୋଜନ କରିବେ।
ମିଥୁନ: ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଧନ ବ୍ୟୟର ଯୋଗ ରହିଛି। ଭାଇ, ଭଉଣୀଙ୍କ ମନୋମାଳିନ୍ୟ ଦୂର ହେବ। ରାଜନୀତିରେ ସଫଳତା ମିଳିବ। ହଠାତ୍ ଦୂରସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ।
କର୍କଟ: ଚାକିରିଆଙ୍କୁ ଧନ ପ୍ରାପ୍ତି ଯୋଗ ଅଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଯାନବାହନ କିଣିପାରନ୍ତି। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ସିଂହ: ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି।
କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ। ଉଧାର ଟଙ୍କା ଫେରିପାଇବେ।
ତୁଳା: ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେବ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଆଇଟି ଓ ବ୍ୟାଙ୍କ ଚାକିରିଆଙ୍କୁ କୌଣସି ଖୁସି ଖବର ମିଳିବ। ପିଲାଙ୍କ ସହ ସମୟ ଅତିବାହିତ କରିବେ। ପରିବାର ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କୋର୍ଟ କଚେରୀ ମାମଲାରୁ ବିଜୟ ହେବେ।
ଧନୁ: ଭବିଷ୍ୟତର କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। କୌଣସି କଥାକୁ ନେଇ ମନ ଉଣା କରିପାରନ୍ତି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
ମକର: ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ। ଜମି କିଣାବିକାକୁ ନେଇ ନୂଆ ଯୋଜନା କରିବେ। ଭାଇ-ଭାଇ ମଧ୍ୟରେ କଳହ ସୃଷ୍ଟି ହେବ।
କୁମ୍ଭ: ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ଭବିଷ୍ୟତ ଲାଗି ଅର୍ଥ ନିବେଶ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
ମୀନ: ଚାକିରିଆଙ୍କୁ ନୂଆ ନିଯୁକ୍ତି ସମ୍ଭାବନା ଅଛି। ଭଜନ, କୀର୍ତ୍ତନରେ ସାମିଲ ହେବେ। କୌଣସି କାମରେ ପରିବାରର ସହଯୋଗ ମିଳିବ। ପଡ଼ୋଶୀଙ୍କ ସହ ବିବାଦ ଉପୁଜିପାରେ।