ନୂଆ ବର୍ଷରୁ ଗୃହ ଋଣରେ ଆଶ୍ବସ୍ତି : ଏକ ପ୍ରତିଶତ କମିପାରେ ସୁଧହାର
ନୂଆଦିଲ୍ଲୀ : ଗୃହ ରଣ ନେଇଥିବା ବ୍ୟକ୍ତିଙ୍କୁ ଚଳିତବର୍ଷ ଅଧିକ ସୁଧ ହାର ଦେବାକୁ ପଡୁଥିଲା। ତେବେ ନୂଆ ବର୍ଷରେ ସୁଧ ହାର ହ୍ରାସ ପାଇବାକୁଥିବାରୁ ଆଗକୁ ଋଣ ଶସ୍ତା ହେବ ବୋଲି ଆଶା କରାଯାଉଛି। ଫେବୃଆରୀରୁ ଏହା ଲାଗୁ ହେବାର ସମ୍ଭାବନା ରହିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଲିକ୍ୟୁଡିଟି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ଜମା ଅନୁପାତ ବା ସିଆର୍ଆର୍ରେ ହ୍ରାସ ଘଟାଇଛି। ଏହା ଫଳରେ ବ୍ୟାଙ୍କଗୁଡିକ ଋଣ ଦେବା ପାଇଁ ଅଧିକ ଟଙ୍କା […]

ନୂଆଦିଲ୍ଲୀ : ଗୃହ ରଣ ନେଇଥିବା ବ୍ୟକ୍ତିଙ୍କୁ ଚଳିତବର୍ଷ ଅଧିକ ସୁଧ ହାର ଦେବାକୁ ପଡୁଥିଲା। ତେବେ ନୂଆ ବର୍ଷରେ ସୁଧ ହାର ହ୍ରାସ ପାଇବାକୁଥିବାରୁ ଆଗକୁ ଋଣ ଶସ୍ତା ହେବ ବୋଲି ଆଶା କରାଯାଉଛି। ଫେବୃଆରୀରୁ ଏହା ଲାଗୁ ହେବାର ସମ୍ଭାବନା ରହିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଲିକ୍ୟୁଡିଟି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ଜମା ଅନୁପାତ ବା ସିଆର୍ଆର୍ରେ ହ୍ରାସ ଘଟାଇଛି। ଏହା ଫଳରେ ବ୍ୟାଙ୍କଗୁଡିକ ଋଣ ଦେବା ପାଇଁ ଅଧିକ ଟଙ୍କା ପାଇବାକୁ ସକ୍ଷମ ହେବେ।
ଏହି ପଦକ୍ଷେପ ବଜାରରେ ଋଣ ହାର ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହା ଗ୍ରାହକଙ୍କୁ ଋଣ ନେବାକୁ ଆହୁରି ଉତ୍ସାହିତ କରିବ, ଯାହା ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ଆରବିଆଇର ମୁଦ୍ରା ନୀତି କମିଟି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଥିଲା। କିନ୍ତୁ ଜାପାନର ବ୍ୟାଙ୍କର ନୋମ୍ୟୁରା ଆଶା କରୁଛନ୍ତି ଯେ ସୁଧ ହାର ହ୍ରାସ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇପାରେ। ଫେବୃଆରୀରେ ଏହା ଅତି କମ୍ରେ ୦.୨୫ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି।