ପ୍ରଥମ ଥର ପାଇଁ ୨୧୭ ଜଣ ସୁଇପର ଓ ପିଅନଙ୍କୁ ପଦୋନ୍ନତି ଦେଲା ସିଆର୍‌ପିଏଫ୍

ନୂଆଦିଲ୍ଲୀ: ସିଆର୍‌ପିଏଫ୍‌ ଇତିହାସରେ ପ୍ରଥମ ଥର ପାଇଁ ୨୧୭ ଜଣ ସୁଇପର ଓ ପିଅନଙ୍କୁ ମୁଖ୍ୟ କନେଷ୍ଟବଳ ଭାବେ ପଦୋନ୍ନତି ଦିଆଯାଇଛି। ଦିଲ୍ଲୀସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଏକ ‘ରୢାଙ୍କ ପାଇପିଂ’ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏହାର ମହାନିର୍ଦେଶକ ଏଡି ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପର ଅଂଶ ଭାବରେ ଏହା କରାଯାଇଛି, ଯେଉଁଥିରେ ପୂର୍ବରୁ ୨,୬୦୦ କର୍ମଚାରୀଙ୍କୁ ସୁଇପର, […]

ପ୍ରଥମ ଥର ପାଇଁ ୨୧୭ ଜଣ ସୁଇପର ଓ ପିଅନଙ୍କୁ ପଦୋନ୍ନତି ଦେଲା ସିଆର୍‌ପିଏଫ୍

ନୂଆଦିଲ୍ଲୀ: ସିଆର୍‌ପିଏଫ୍‌ ଇତିହାସରେ ପ୍ରଥମ ଥର ପାଇଁ ୨୧୭ ଜଣ ସୁଇପର ଓ ପିଅନଙ୍କୁ ମୁଖ୍ୟ କନେଷ୍ଟବଳ ଭାବେ ପଦୋନ୍ନତି ଦିଆଯାଇଛି। ଦିଲ୍ଲୀସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଏକ ‘ରୢାଙ୍କ ପାଇପିଂ’ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏହାର ମହାନିର୍ଦେଶକ ଏଡି ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପର ଅଂଶ ଭାବରେ ଏହା କରାଯାଇଛି, ଯେଉଁଥିରେ ପୂର୍ବରୁ ୨,୬୦୦ କର୍ମଚାରୀଙ୍କୁ ସୁଇପର, ରୋଷେୟା, ଜଳ ବାହକ ଇତ୍ୟାଦି ପଦବିରୁ ପଦୋନ୍ନତି ଦେବାକୁ ମଞ୍ଜୁରୀ ଦିଆଯାଇଥିଲା। ସିଆର୍‌ପିଏଫ୍‌ର ଗୁରୁତ୍ୱପୂର୍ଣ୍ଣ ଅପରେସନ ମେରୁଦଣ୍ଡ ପାଲଟିଥିବା ଏହି ଯବାନମାନେ ପୂର୍ବରୁ ବିନା ପଦୋନ୍ନତିରେ ହାରାହାରି ୩୦-୩୫ ବର୍ଷ କାମ କରୁଥିଲେ। ସିଆର୍‌ପିଏଫ୍‌ ଡିଜି ଏଡି ସିଂହ କହିଛନ୍ତି ଯେ ସିଆର୍‌ପିଏଫ୍‌ର ପ୍ରତ୍ୟେକ ସଦସ୍ୟ, ସେମାନଙ୍କ ପଦବି ନିର୍ବିଶେଷରେ, ଆମ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାର ମିସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ପଦୋନ୍ନତି ହେଉଛି ସେମାନଙ୍କ ସମର୍ପଣ ଓ ପ୍ରତିବଦ୍ଧତାର ସ୍ୱୀକୃତି। ପାଖାପାଖି ୩.୨୫ ଲକ୍ଷ ଯବାନ ଥିବା ସିଆର୍‌ପିଏଫ୍ ବାମପନ୍ଥୀ ଆତଙ୍କବାଦ ଏବଂ ଜମ୍ମୁ-କଶ୍ମୀର ଓ ଉତ୍ତରପୂର୍ବରେ ଆତଙ୍କବାଦର ମୁକାବିଲା କରୁଛି।