ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ମୁର୍ମୁ
ନୂ୍ଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି ଏବଂ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି। ରାଷ୍ଟ୍ରପତି ହେବାପରେ ମୁର୍ମୁ ପ୍ରଥମ ଥର ପାଇଁ ମେଟ୍ରୋରେ ଯାତ୍ରା କରିଛନ୍ତି। ଦେଶର ଦ୍ବିତୀୟ ରାଷ୍ଟ୍ରପତି ଭାବେ ମୁର୍ମୁ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ୨୦୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲାବେଳେ ସ୍କୁଲ୍ ପିଲାମାନଙ୍କ ସହ କଥା ହୋଇଛନ୍ତି […]

ନୂ୍ଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି ଏବଂ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି। ରାଷ୍ଟ୍ରପତି ହେବାପରେ ମୁର୍ମୁ ପ୍ରଥମ ଥର ପାଇଁ ମେଟ୍ରୋରେ ଯାତ୍ରା କରିଛନ୍ତି। ଦେଶର ଦ୍ବିତୀୟ ରାଷ୍ଟ୍ରପତି ଭାବେ ମୁର୍ମୁ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ୨୦୧୨ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲାବେଳେ ସ୍କୁଲ୍ ପିଲାମାନଙ୍କ ସହ କଥା ହୋଇଛନ୍ତି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଆଜି କେନ୍ଦ୍ର ସଚିବାଳୟ ମେଟ୍ରୋ ଷ୍ଟେସନ ଏବଂ ଅମୃତ ଉଦ୍ୟାନ ମଧ୍ୟରେ ସଟଲ୍ ବସ୍ର ଶୁଭାରମ୍ଭ କରିଛନ୍ତି। ମୁର୍ମୁ ଆଜି ଛାତ୍ରଛାତ୍ରୀମାନଙ୍କ ସହ କଥା ହେବାବେଳେ ସେମାନଙ୍କ କ୍ୟାରିୟର ଯୋଜନା ସଂକ୍ରାନ୍ତରେ ପଚାରିଛନ୍ତି।